Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମନ୍ତ୍ରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ବାଚସ୍ପତି, କହିଲେ- ଗୃହରେ ନିଜ କାର୍ଯ୍ୟାଳୟ ଚଲାଇବା ବନ୍ଦ କରନ୍ତୁ

14/12/2021 at 5:17 PM

ନୂଆଦିଲ୍ଲୀ ୧୪।୧୨: ମନ୍ତ୍ରୀମାନଙ୍କ ଉପରେ ଖପ୍ପା ଲୋକସଭା ବାଚସ୍ପତି ଓମ ବିର୍ଲା। ସିଧା ସିଧା ଶୁଣାଇଦେଲେ ଏଠି ଏସବୁ କାମ ଚଳିବନି। ସଂସଦରେ ନିଜର ମନ୍ତ୍ରଣାଳୟ କାମ ନଚଳାଇବାକୁ ଦେଲେ ଉପଦେଶ। ମଙ୍ଗଳବାର ମନ୍ତ୍ରୀଗଣ ଲୋକସଭା ଭିତରେ ବିଭିନ୍ନ ପ୍ରସଙ୍ଗରେ ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଗୃହ ଭିତରେ ଏମିତି କାମ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବାଚସ୍ପତି ଓମ ବିର୍ଲା। ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପ୍ରଶ୍ନକାଳ ସମାପ୍ତ ହେବା ପରେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ନିଜ ସିଟ୍‌ରୁ ଉଠି ଆସିଥିଲେ।

ଏହା ଦେଖି ଓମ ବିର୍ଲା କହିଛନ୍ତି, ମାନନୀୟ ସଦସ୍ୟଗଣ, ମନ୍ତ୍ରୀଗଣ ଗୃହରେ ନିଜର ମନ୍ତ୍ରଣାଳୟ ଚଲାନ୍ତୁ ନାହିଁ। ମନ୍ତ୍ରୀମାନଙ୍କୁ ସାଂସଦଙ୍କୁ ନିଜ କାର୍ଯ୍ୟାଳୟରେ ଭେଟିବା ଉଚିତ୍। ସେ ସାଂସଦମାନଙ୍କୁ ଗୃହର ମର୍ଯ୍ୟାଦା ବଜାୟ ରଖିବାକୁ ଉପଦେଶ ଦେଇଛନ୍ତି।

ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ସର୍ବଦା ମନ୍ତ୍ରଣାଳୟ ସଂପର୍କିତ କିଛି ପ୍ରସଙ୍ଗକୁ ଉଠାଇବା ପାଇଁ ବିଭିନ୍ନ ମନ୍ତ୍ରୀଙ୍କ ଆସନକୁ ଚାଲି ଆସନ୍ତି। ଗୃହ କାର୍ଯ୍ୟ ଚାଲିଥିବା ସମୟରେ ଏହିସବୁ ଗିତିବିଧି ଅନେକ ଥର ଦେଖିବାକୁ ମିଳିଛି।

ଓମ ବିର୍ଲା ପ୍ରଶ୍ନକାଳ ସମାପ୍ତ ହେବାର ଘୋଷଣା ପରେ ମଧ୍ୟ ଗୋଟିଏ ପ୍ରଶ୍ନର ଉତ୍ତର ଜାରି ରଖିବାରୁ  କେନ୍ଦ୍ର ମନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି। ସେ କହିଛନ୍ତି ମନ୍ତ୍ରୀ ଜୀ, ବାଚସ୍ପତି ଘୋଷଣା କରି ଦେଲେ, ଏବେ ଆପଣ ବସି ପଡନ୍ତୁ। ଯେତେବେଳେ ମୁଁ କହି ସାରିଛି ଯେ ପ୍ରଶ୍ନକାଳ ସମାପ୍ତ ହୋଇ ସାରିଛି, ତା ପରେ  ବି ଆପଣ କହିବା ଜାରି ରଖିଛନ୍ତି।

   Related Posts