ଅଭିନେତ୍ରୀଙ୍କ ଗୁମର ଖୋଲୁଛି, ଠକେଇ ରେକର୍ଡ଼ ଲମ୍ବା

Published By : Prameya-News7 Bureau | December 27, 2019 IST

ଭୁବନେଶ୍ବର ୨୭/୧୨: ଓଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଆସିଥିବା ପ୍ରେମ,ପ୍ରତାରଣା ଏବଂ ଠକେଇ ମାମଲାରେ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜଣକ ଅନ୍ୟ ଦୁଇଜଣଙ୍କୁ ଅନୁରୂପ ଢ଼ଙ୍ଗରେ ଠକିଥିବା ଅଭିଯୋଗ ଆସିଛି। ଯଦିଓ ଥାନା କିମ୍ବା ପୋଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ ଆସିନାହିଁ , ଅଭିନେତ୍ରୀ କିନ୍ତୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ଉତ୍ତରାଖଣ୍ଡର ଭିକି ସରକାର କହିଛନ୍ତି ଯେ ‘ଫିଲ୍ମରେ ହୀରୋ ହୀରୋଇନ୍ ଆବଶ୍ୟକ’ ଏଭଳି ବିଜ୍ଞାପନ ଦେଖି ସେ କଲ୍ କରିଥିଲେ। ସମ୍ପୃକ୍ତ ହିରୋଇନ୍ କଥା ହୋଇଥିଲେ। ଫଟୋ ସୁଟ୍ ପାଇଁ ଓଡ଼ିଶା ଡାକିଥିଲେ। ସେଠାରେ ପହଞ୍ଚିବାପରେ ଏକ ଷ୍ଟୁଡିଓରେ ଫଟୋ ସୁଟ୍ ମଧ୍ୟ ହୋଇଥିଲା। ୧୦ହଜାର ଟଙ୍କା ନେଇଥିଲେ। ଫଟୋ ସିଲେକ୍ସନ ପରେ ତାଙ୍କୁ ଡକାଯିବ ବୋଲି କୁହାଯାଇଥିଲା। କିନ୍ତୁ ତା’ପରେ ଧରାଛୁଆଁ ଦେଇନଥିଲେ।

ସେହିପରି ବ୍ରହ୍ମପୁରର ପୁପୁନ୍ ମହାରଣା ମଧ୍ୟ ସମାନ ଅଭିଯୋଗ କରିଥିଲେ। ହୀରୋ କରିଦେବାକୁ କହି ୧୫୦୦୦ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ। ଅନେକ ଥର ଭୁବନେଶ୍ବର ଆସି ହତାଶ ହୋଇ ଫେରିବା ପରେ ସେ ଆଉ ଆସିନଥିଲେ ବୋଲି କହିଥିଲେ।

ଗୋଟିଏ ପରେ ଗୋଟିଏ ଅଭିଯୋଗ ଏବେ ସମ୍ପୃକ୍ତ ଅଭିନେତ୍ରୀଙ୍କ ବିବାଦ ବଢ଼ାଇଛି।

ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାର ମୁମ୍ବାଇରେ ଚାକିରି କରନ୍ତି। ଶିବ ବିବାହ କରିବା ଲାଗି ୨୦୧୮ ମସିହା ଅଗଷ୍ଟ ମାସରେ ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ଏକ ଆକାଉଣ୍ଟ ଖୋଲିଥିଲେ। ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ରାଜୁଙ୍କ ପ୍ରୋଫାଇଲ୍‌ ଦେଖି ଓଲିଉଡ୍‌ର ଜଣେ ଅଭିନେତ୍ରୀ ତାଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଉଭୟେ କିଛି ଦିନ ଫୋନ୍‌ରେ କଥା ହୋଇଥିଲେ । ଶିବଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ସଂପୃକ୍ତ ଅଭିନେତ୍ରୀ ଜଣଙ୍କ ୨ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ଦେବାର କିଛି ଦିନ ପରେ ଦେଢ ଲକ୍ଷ ଟଙ୍କାର ସୁନା ଚେନ୍‌ ଓ ଏକ ଲାପ୍‌ଟପ୍‌ ଦେଇଥିଲେ ଶିବ। ପରେ ଅଭିନେତ୍ରୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାସହ ଧମକଚମକ ମଧ୍ୟ ଦେଇଥିଲେ। ଏପରିକି ତାଙ୍କୁ ଫୋନ୍‌ କଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ।

ଅଭିନେତ୍ରୀଙ୍କୁ ବିଭିନ୍ନ ସମୟରେ ଟଙ୍କା ଲାପଟପ ଓ ସୁନାଚେନ ଗିଫ୍ଟ ଆକାରରେ ଦେଇଥିବା କହି ଯୁବକ ଜଣଙ୍କ ଏକ ଭିଡିଓ ଜାରି କରିଛନ୍ତି । ଅନ୍ୟପଟେ ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ଯୁବକ ଜଣଙ୍କ ଜଣେ ସାଇକୋ, ଏପରିକି ଅନ୍ୟ ଝିଅମାନଙ୍କ ସହିତ ତାଙ୍କର ସମ୍ପର୍କ ବି ଥିଲା । ଏବେ ମାମଲା ହାଟରେ ଗଡ଼ିବା ପରେ ଉଭୟଙ୍କ ବାର୍ତ୍ତାଳାପ ଏବେ ଭାଇରାଲ୍ ହୋଇଛି।

wp:heading

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.