ଜାତୀୟ ରାଜପଥରେ ଓଲଟିଲା କଣ୍ଟେନର, ଦୁର୍ଘଟଣାରେ ଗାଡି ଚାଳକ ଆହତ

Published By : Prameya-News7 Bureau | June 13, 2022 IST

ଖଲ୍ଲିକୋଟ ୧୩/୦୪: କଲିକତାରୁ ବାଙ୍ଗାଲୋର ଯାଉଥିବା କଣ୍ଟେନର ଭାରସାମ୍ୟ ହରାଇ ଛତ୍ରପୁର ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥରେ ଓଲଟିଲା ପଡିଛି । ଏହି ଦୁର୍ଘଟଣାରେ ଗାଡି ଚାଳକ ଆହତ ହୋଇଛନ୍ତି ।

ସୂଚନା ଥାଉକି ଗତକାଲି ବିଳମ୍ବିତରେ କାଠ କଣ୍ଟେନର ଛତ୍ରପୁର ସ୍ଥିତ ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥ ଉପରେ ଏକ ଖୁଣ୍ଟ କୁ ଧକା ଦେଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଜାତୀୟ ରାଜପଥ ଉପରେ ଗାଡିଟି ଓଲଟି ପଡିଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱ ଯାତାୟାତ ବନ୍ଦ ରହିଛି । ଘଟଣାର ଖବର ପାଇଁ ଛତ୍ରପୁର ପୁଲିସ ପହଂଚି ଯାଞ୍ଚ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.