Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସହାୟତା ଲାଗି ଆଗେଇ ଆସିଲା ଓଲିଉଡ୍, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ଅର୍ଥ

8/06/2023 at 3:52 PM

ଭୁବନେଶ୍ୱର ୦୮/୦୬: ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ସହାୟତାରେ ହାତ ବଢାଇଲେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି । ସିନେମା ଲାଭରୁ ୧୦ ପ୍ରତିଶତ ରିଲିଫ ପାଣ୍ଠିକୁ ଦେବେ ଅନୁଭବ । ସେ କହିଛନ୍ତି ଯେ, ଏଭଳି ଦୁଃଖ ସମୟରେ ଆମ ଫିଲ୍ମ ଲଭ୍‌ ଇନ୍‌ ଲଣ୍ଡନ୍‌ ରିଲିଜ୍ କରି ଖୁସି ହେବାକୁ ବିବେକ ବାଧା ଦେଉଛି ।

ବୁଧବାର ଫିଲ୍ମ ରିଲିଜ୍ ତାରିଖ ଘୁଞ୍ଚାଇବାକୁ ମୁଁ ଫିଲ୍ମର ପ୍ରଯୋଜକଙ୍କୁ ଅନୁରୋଧ କରିଥିଲି । ଆଜି ପ୍ରିୟ ପ୍ରଯୋଜକ ଓ ଫିଲ୍ମର ଅନ୍ୟ ସଦସ୍ୟ ମିଶି ନିଷ୍ପତ୍ତି ନେଇଛୁ ଜୁନ୍ ୯ ବଦଳରେ ଜୁନ୍ ୧୩ ତାରିଖରେ ଲଭ୍‌ ଇନ୍‌ ଲଣ୍ଡନ୍‌ ରିଲିଜ୍ ହେବ । ସିନେମାର ଲାଭରୁ ୧୦ ପ୍ରତିଶତ ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରିବା ନେଇ ବି ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ଅନୁଭବ ।

ସେହିପରି ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଆହତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି। ସେ ମୁଖ୍ୟ ଶାସନ ସଚିବଙ୍କୁ ବେଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ପାଇଁ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା । କହିଲେ , ଛୋଟ ଦାନ ହେଲେ ବି ତାହା ଆହତଙ୍କ ଚିକିତ୍ସାରେ ସହାୟକ ହେବ l

   Related Posts