ଓଲିଉଡ୍ ସିରିଏଲ୍ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ
6/09/2022 at 10:08 PM

କଣ୍ଟାବାଞ୍ଜି ୦୯/୦୬ : ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ। ଅଜଣା ରୋଗରେ ପୀଡ଼ିତ ହୋଇ ସେ ସୁସ୍ଥ ହୋଇଥିଲେ। ଆଜି ଅଚାନକ ଦେହ ଅସୁସ୍ଥ ହେବାରୁ କଣ୍ଟାବାଞ୍ଜିର ଏକ ଘରୋଇ କ୍ଲିନିକ ଡାକ୍ତରଙ୍କୁ ଦେଖାଇଥିଲେ। ପରେ ସେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି। ସତ୍ୟଜିତ ସମ୍ବଲପୁରୀ, ନାଗପୁରୀ ଆଲବମ ସହ ଜି-ସାର୍ଥକର ବିଭିନ୍ନ ଧାରାବାହିକ ସହିତ ଅନେକ ଧାରାବାହିକରେ କାମ କରିଥିଲେ। ଅଭିନେତା ସତ୍ୟଜିତଙ୍କ ଘର କଣ୍ଟାବାଞ୍ଜି ଆଶ୍ରମପଡ଼ାରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023