ହାରିଗଲେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ, ଜିତିଲେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ

Published By : Prameya-News7 Bureau | June 04, 2024 IST

ଭୁବନେଶ୍ୱର ୦୪/୦୬ : ବଡ଼ଚଣାରେ ଧରାଶାୟୀ ବିଜେଡି।  ହାରିଗଲେ ବିଜେଡି ପ୍ରାର୍ଥୀ ତଥା ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ବଡ଼ଚଣାରେ ଚାଲିଲାନି ସେଲିବ୍ରିଟି କାର୍ଡ। ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ୭ ହଜାର ଭୋଟରେ ବିଜେପି ବାଜିମାତ୍ କରିଛି । ବଡ଼ଚଣାରେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ ବିଜୟର ବାନା ଉଡ଼ାଇଛନ୍ତି।

ବଡଚଣାରେ ବିଜେଡିର ପୂର୍ବତନ ବିଜେଡି ବିଧାୟକ ଅମର ଶତପଥୀ ଲଗାତାର ୨ ଥର ଜିତି ନିଜ ଗଡ଼ ସୁରକ୍ଷିତ ରଖିଥିବା ବେଳେ ୨୦୨୪ ନିର୍ବାଚନରେ ତାଙ୍କ ଟିକେଟ କଟିଥିଲା। ଦଳ ଅଭିନେତ୍ରୀ ବର୍ଷା ପ୍ରିଦର୍ଶିନୀଙ୍କୁ କରିଥିଲା ପ୍ରାର୍ଥୀ। ବର୍ଷା ଜିତିବା ନେଇ ସମସ୍ତେ ବେଶ୍ ଆଶାବାଦୀ ଥିବାବେଳେ ରେଜଲ୍ଟ କରିଛି ଆଶ୍ଚର୍ଯ୍ୟ। ବଡ଼ଚଣାବାସୀ ଅମରଙ୍କୁ ଭରସା କରି ବିଜୟ ଟିକା ପିନ୍ଧାଇଛନ୍ତି। 

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି ୮୦ ସିଟରେ ଆଗୁଆ ରହିବା ସହ ସରକାର ଗଢିବାର ଦ୍ଵାର ଦେଶରେ ପହଞ୍ଚିଛି। ବିଜେଡି ୪୯ ସିଟରେ ସୀମିତ ରହିଥିବା ବେଳେ କଂଗ୍ରେସ ୧୪ ସିଟରେ ଅଗ୍ରଣୀ ରହିଛି। 

Also Read-

ଚକିତ କଲା ଜନତା ଜନାଦେଶ; ହାରିଲେ ଟାଣୁଆ ମନ୍ତ୍ରୀ  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.