ବାବୁଶାନ୍‌ଙ୍କୁ ହଜାରେ ଫାଇନ୍… ହେଲମେଟ୍ ପିନ୍ଧିନଥିବାରୁ ଚାଲାଣ କାଟିଲା କମିଶନରେଟ ପୋଲିସ

Published By : Prameya-News7 Bureau | December 19, 2019 IST

ଭୁବନେଶ୍ବର୧୯|୧୨: ରିଲ୍‌ରେ ହିରୋ ବିନା ହେଲମେଟ୍‌ରେ ଷ୍ଟଣ୍ଟ ସିନ୍‌ କରିପାରେ , କିନ୍ତୁ ରିଅଲ ଲାଇଫ୍‌ରେ ବିନା ହେଲମେଟ୍‌ରେ ବାଇକ୍ ଚଳାଇବା ବେଆଇନ । ଏହା ବୋଧ ହୁଏ ଭୁଲି ଯାଇଥିଲେ ଓଲିଉଡ ଚକୋଲେଟ୍‌ ବଏ ବାବୁଶାନ୍‌ । ସେଥିଲାଗି ତନମୟ ମହାନ୍ତି  ଓରଫ  ବାବୁଶାନଙ୍କୁ ଗଣିବାକୁ ପଡିଛି ଜରିମାନା ।

 ବୁଧବାର  ଭୁବନେଶ୍ବର ସ୍ଥିତ କଳିଙ୍ଗ ନଗରରେ ହେଲମେଟ୍‌ ନପିନ୍ଧି ଗାଡି ଚଲାଉଥିବାରୁ କମିଶନରେଟ୍‌ ପୋଲିସ ବାବୁଶାନଙ୍କ ନାଁରେ ଚାଲାଣ କାଟିଛନ୍ତି।ନୂଆ ଟ୍ରାଫିକ୍‌ ନିୟମ ଉଲଂଘନ କରିଥିବାରୁ ତାଙ୍କୁ ଫାଇନ୍‌ ଦେବାକୁ ପଡିଥିଲା। ହେଲମେଟ ନପିନ୍ଧି ବାବୁଶାନ୍‌ଙ୍କ ଗାଡି ଚଲାଇବା ବିଷୟରେ ଟୁଇଟ୍‌ କରାଯାଇଛି।

{"id":199681,"width":576,"height":569,"sizeSlug":"large"}

ତେବେ ପୋଲିସ ଆଉଥରେ ପ୍ରମାଣ କରିଛି ଯେ, ସାଧାରଣ ଲୋକେ ହୁଅନ୍ତୁ ବା ସେଲିବବ୍ରିଟି, ଚ୍ରାଫିକ୍‌ ନିୟମ ସମସ୍ତଙ୍କ ପାଇଁ ସମାନ । କାରଣ  ଏବେ  ଟ୍ରାଫିକ ନିୟମକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା । ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

 ଟ୍ରାଫିକ ନିୟମ ଉଲଂଘନ କଲେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଛି। ଆଉ ସେହି ନିୟମ ସମସ୍ତଙ୍କ ପାଇଁ ସମାନ । ସେଲିବ୍ରିଟି ହୁଅନ୍ତୁ ଅବା କମନ୍‌ ମ୍ୟାନ୍ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ହୁଏତ ଏହି ଜରିମାନାରୁ ବାବୁଶାନ ହେଜିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.