vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

24/06/2022 at 1:16 PM

ଭୁବନେଶ୍ୱର ୨୪/୦୬: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ତେବେ ଆତ୍ମହତ୍ୟାର କାରଣ କଣ ତାହା ଅସ୍ପଷ୍ଟ ରହିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ଭୁବନେଶ୍ୱର ପଳାଶୁଣି ସ୍ଥିତ ପ୍ରାଚୀ ବିହାରରେ ଜୀବନ ହାରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋକରେ ବୁଡିଛି ଓଲିଉଡ ।

ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି । ସୂଚନା ଥାଉକି ଓଡିଆ ଇଣ୍ଡଷ୍ଟ୍ରିଜରେ ଜଣେ କଳାକାର ହିସାବରେ ଥିଲା ତାଙ୍କର ଖ୍ୟାତି । ବିଶେଷକରି ଜଣେ ଖଳନାୟକ ହିସାବରେ ସେ ଥିଲେ ଘରେ ଘରେ ପରିଚିତ ।

ପ୍ରାୟ ନବେରୁ ଅଧିକ ଓଡ଼ିଆ ସିନେମା ୧୫ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ରାଇମୋହନ । କେବଳ ଓଲିଉଡ ନୁହେଁ ଯାତ୍ରା ଜଗତରେ ବି ସେ ଥିଲେ ବେଶ୍ ଜଣାଶୁଣା । ଏମିତିକି ଅନେକ ବଙ୍ଗଳା ଫିଲ୍ମରେ ସେ ଅଭିନୟ ମଧ୍ୟ କରିଛନ୍ତି । କେବଳ ଅଭିନୟ ନୁହେଁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବି ଦେଇଛନ୍ତି । ଖାସ୍ କଥା ହେଉଛି ରାଇମୋହନ ପରିଡା କୁନାଲ ପରିଡା ଭାବେ ବେଶ ଜଣାଶୁଣା ଥିଲେ ।

୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ୧୯୯୮ ସିଂହବାହିନୀ, ସୁନାଭାଉଜରେ ତାଙ୍କ ଅଭିନୟ ଥିଲା ବେଶ ଜୀବନ୍ତ । ତାଙ୍କ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ । ରାଇମୋହନ ଥିଲେ କେନ୍ଦୁଝର ନିବାସୀ । କିନ୍ତୁ ସେ ଭୁବନେଶ୍ୱରେ ଆସି ରହୁଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି ।

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ୧୯୮୫ ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର । ୧୯୮୭ରେ ସାଗର ସିନେମାରେ ପ୍ରଥମ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ସତ ମିଛରେ ଅଭିନୟ କରିଥିଲେ । ରାମ ଲକ୍ଷ୍ମଣ, ଆସିବୁ ସାଜିକେବେ ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀ ସୀତା, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା ପ୍ରଭୃତି ଚଳଚିତ୍ରରେ ଅଭିନୟ କରିଥିଲେ ।

   Related Posts