ଋଷିକୁଲ୍ୟା ମୁହାଣରେ ଗଣ ଅଣ୍ଡାଦାନ କଲେ ଅଲିଭ୍ ରିଡ୍‌ଲେ କଇଁଛ

Published By : Prameya-News7 Bureau | March 21, 2020 IST

ବ୍ରହ୍ମପୁର ୨୧।୩: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ଶୁକ୍ରବାର ସକାଳୁ ବହୁ ଅଲିଭ୍ ରିଡଲେ ଗଣ ଅଣ୍ଡାଦାନ କରିଛନ୍ତି । ବିରଳ ପ୍ରଜାତିର ଏହି ଅଲିଭ୍ ରିଡଲେ ଭୋରରୁ ଭୋରରୁ ଗଣ ଅଣ୍ଡାଦାନ କରିଥିବା ଜଣାପଡିଛି । ସମୁଦ୍ର ବେଳାଭୂମିରେ ୨୦୪୬ଟି କଇଁଛ ଗଣ ଅଣ୍ଡାଦାନ କରିଥିବା ଜଣାପଡିଛି ।

ଚଳିତ ବର୍ଷ ଏଥିରେ ବିଳମ୍ବ ଘଟିଥିବା କୁହାଯାଉଛି । ଫେବୃୟାରୀ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଗଣ ଅଣ୍ଡାଦାନ କରୁଥିବା ଦେଖାଯାଉଥିବା ବେଳେ ଚଳିତ ବର୍ଷ ବ୍ୟତିକ୍ରମ ଘଟିଛି । ତେବେ ପ୍ରଥମ ଦିନରେ କମ୍ ସଂଖ୍ୟକ ଅଲିଭ୍ ରିଡଲେ ଗଣ ଅଣ୍ଡାଦାନ କରିଛନ୍ତି । ଆଗକୁ ପାଗ ଅନୁକୂଳ ରହିଲେ ଲକ୍ଷ ଲକ୍ଷ ଅଲିଭ୍ ରିଡଲେ କଇଁଛ ବେଳାଭୂମିରେ ଅଣ୍ଡାଦାନ କରିବେ ବୋଲି ଏହାର ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.