scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୬୦ ଦିନ ପରେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଚଳଚଞ୍ଚଳ; ଅଣ୍ଡାରୁ ଫୁଟି ସମୁଦ୍ରକୁ ଯାଉଛନ୍ତି ଲକ୍ଷ ଲକ୍ଷ ଶାବକ

5/05/2023 at 11:10 PM

କେନ୍ଦ୍ରାପଡ଼ା: ଦୀର୍ଘ ୬୦ଦିନ ପରେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇ ଉଠିଛି। ଲକ୍ଷ ଲକ୍ଷ ଅଲିଭରିଡଲେ କଇଁଛ ଛୁଆ ଗହୀରମଥାର ଅଗରନାଶି-୨ରୁ ବାହାରି ସମୁଦ୍ରକୁ ଯିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାତ୍ର ପାଞ୍ଚ ଦିନ ଭିତର ୨କୋଟି ୨୮ଲକ୍ଷ ୫୨ହଜାର ୧୫୫ ଶାବକ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି ।

ଶନିବାର ଦିନ ୩୭ଲକ୍ଷ ୯୫ହଜାର ୮୩୮, ରବିବାର ଦିନ ୯୧ଲକ୍ଷ ୭୦ହଜାର ୨୪୫, ସୋମବାର ଦିନ ୭୪ଲକ୍ଷ ୨୮ହଜାର ୪୫୬, ମଙ୍ଗବାର ଦିନ ୧୮ଲକ୍ଷ ୮୦ହଜାର ୬୦୮, ବୁଧବାର ଦିନ ୫ଲକ୍ଷ ୭୫ହଜାର ୮, ଏବଂ ଗୁରୁବାର ଦିନ ୨ହଜାର କଇଁଛ ଶାବକ ସମୁଦ୍ର ଭିତରକୁ ଯାଇଛନ୍ତି।

ତେବେ ଅନୁକୂଳ ପାଗ ଥିବାରୁ ଅଧିକ ସଂଖ୍ୟକ କଇଁଛ ଶାବକ ସମୁଦ୍ରକୁ ଯିବା ନେଇ ଆଶା ରଖିଛନ୍ତି ବନବିଭାଗ ଓ ପରିବେଶବିତ। ଚଳିତ ବର୍ଷ ଫେବୃଆରୀ ୧୦ରୁ ଆରମ୍ଭ ହୋଇଥିବା ସମୁହ ଅଣ୍ଡାଦାନ ପ୍ରକ୍ରିୟାରେ ୫ଲକ୍ଷ ୩ହଜାର ୭୧୯ ମାଆ କଇଁଛ ସାମିଲ ହୋଇଥିଲେ। ଗତ ବର୍ଷ ତୁଳନାରେ ଏବର୍ଷ ୧୧ହଜାରରୁ ଅଧିକ କଇଁଛ ଅଣ୍ଡାଦାନ କରିଥିଲେ ।

ଗହୀରମଥା ଅଗରନାଶି ୨ ସମେତ ସାତଭାୟା, ପେଣ୍ଠ, ବେଳାଭୂମିରେ ମାଆ କଇଁଛମାନେ ସମୂହ ଅଣ୍ଡାଦାନ କରିଥଲେ । ଦୀର୍ଘ ୬୦ଦିନ ଭିତରେ ପ୍ରକୃତିର ନିୟମ ଅନୁସାରେ ଅଣ୍ଡାରୁ ଶାବକ ଜନ୍ମ ନେଇ ସମୁଦ୍ରକୁ ଯିବା ସମୟର ଦୃଶ୍ୟ ବେଶ୍ ମନମୁଗ୍ଧକର ଥିଲା।

   Related Posts