ଗହୀରମଥାରେ ଏବେ ନୂଆ ଅତିଥିଙ୍କ ଭିଡ, ଅଲିଭ ରିଡଲେଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | November 26, 2019 IST

ପଟ୍ଟାମୁଣ୍ଡାଇ ୨୬।୧୧: ଗହୀରମଥାରେ ଏବେ ନୂଆ ଅତିଥିଙ୍କ ଭିଡ । ବଂଶ ବୃଦ୍ଧି ପାଇଁ ଗହୀରମଥାରେ ପହଞ୍ଚିଛନ୍ତି ହଜାର ହାଜର କଇଁଛ ଯାହାକୁ ଆଖି ଆଗରେ ରାଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ଗହୀରମଥାରେ ୧୬ଟି ଅସ୍ଥାୟୀ କ୍ୟାମ୍ପ ସହ ୫୦ରୁ ଅଧିକ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

{"id":189987,"sizeSlug":"large"}

ଗହୀରମଥାରେ ନୂଆ ଅତିଥିଙ୍କ ଭିଡ । ବଂଶବୃଦ୍ଧି କରିବା ପାଇଁ ସୁଦୂର ପ୍ରଶାନ୍ତ ମହାସାଗରରୁ ଆସି ପହଞ୍ଚିଛନ୍ତି ହଜାର ହାଜର ଅଲିଭ ରିଡଲ । ଆଉ ଅତିଥିଙ୍କ ଅଗମନକୁ ଦୃଷ୍ଟରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବନବିଭାଗ । ୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦ ମାଇଲ ଶଯ୍ୟାରେ ଏହି ବିରଳ ବିଦେଶୀ କଇଁଛମାନଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା । ସେହିଦିନଠାରୁ ଅଲିଭି ରିଡଲେଙ୍କ ଆଗମନକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ସେଠାରେ ବର୍ଷ ତମାମ ମାଛ ମାରିବା ବ୍ୟାନ କରଯାଇଥିଲା ।

{"id":189989,"sizeSlug":"large"}

ସରକାର ୧୯୯୭ ମସିହାରେ ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କଲେ ଏବଂ ସେବେଠାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା  କଡାକଡି କରାଗଲା । ବନବିଭାଗ, ତଟରଖିବାହିନୀ, ସାମୁଦ୍ରିକ ଥାନା ପକ୍ଷରୁ ପଇଁତରା କଡାକଡି କରାଯାଉଛି ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ତରଫରୁ ୧୬ଟି କ୍ୟାମ୍ପ କରାଯିବା ସହ ୫୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହାସହ ବାବୁବାଲି ଓ ଅଗରନାଶୀରେ ଦୁଇଟି ଅସ୍ଥାୟୀ କ୍ୟାମ୍ପ କରାଯିବା ସହ ସମୁଦ୍ର ମଧ୍ୟରେ ପଇଁତରା ମାରିବା ପାଇଁ ଦୁଇଟି ସ୍ପିଡ୍ ବୋଟ୍ ମଧ୍ୟ ରଖାଯାଇଛି ।

{"id":189988,"sizeSlug":"large"}

ନଭେମ୍ବର ୧ ରୁ ମଇ ୩୧ ଦୀର୍ଘ ୭ ମାସ ଧରି ଧାମରାଠାରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ଜନ୍ତ୍ରଚାଳିତ ଡଙ୍ଗା ଓ ମାଛମାରିବା ଉପରେ କଟକଣା ଜାରି କରାଯାଇଥାଏ । ଏହା ସତ୍ବେ ନିୟମକୁ ଖୋଲାଖୋଲି ଉଲଂଘନ କରି ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ମଫିଆମାନେ ମାଛ ମାରିବାର ମଧ୍ୟ ନଜିର ରହିଛି । ଯାହା ବନବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି ଯାହା ପରିବେଶବିତମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।

{"id":189990,"sizeSlug":"large"}

ଚଳିତ ବର୍ଷ କଇଁଛମାନେ କିଭଳି ସୁରକ୍ଷିତ ଭାବରେ ଅଣ୍ଡାଦାନ କରି ଛୁଆ ଫୁଟାଇ ଗଭୀର ସମୁଦ୍ର ମଧ୍ୟକୁ ଫେରିଯିବେ ସେ ଦିଗରେ ବନବିଭାଗ ତତ୍ପରତା ଦେଖାଇଛି । ବର୍ଷକୁ ବର୍ଷ ଏହି ବିରଳ କଇଁଛଙ୍କ ସୁରକ୍ଷା ହ୍ରାସ ପାଉଥିବା ବେଳେ ଖାଲି ସରକାରୀ ସ୍ତରରେ ନୁହେଁ ବେସରକାରୀ ସ୍ତରରେ ଓ ଜନସାଧାରଣସ୍ତରରେ ମଧ୍ୟ ସଚେତନତା ହେବାର ଆବଶ୍ୟକତା ରହିଛି ବୋଲି ପରିବେଶବିତମାନେ ମତ ରଖିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.