ୟୁକ୍ରେନର ବିଜନେସ ଟାଇକୁନଙ୍କ ଘରେ ମିଶାଇଲ ମାଡ କଲା ରୁଷ, ପତ୍ନୀ ସହ ବ୍ୟବସାୟୀଙ୍କ ମୃତ୍ୟୁ

Published By : Prameya-News7 Bureau | August 01, 2022 IST

ନୂଆଦିଲ୍ଲୀ: ସାରା ଦୁନିଆର ବିଶେଷଜ୍ଞଙ୍କୁ ଭୁଲ ପ୍ରମାଣିତ କରି ରୁଷ, ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି । ମାସ ମାସ ପରେ ବି ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ଏହାରି ଭିତରେ ୟୁକ୍ରେନର ବଡ ବ୍ୟବସାୟୀଙ୍କ ମଧ୍ୟରୁ ଜଣେ ଓଲେସ୍କି ବଡାତୁର୍ସ୍କିଙ୍କ ଘରେ ରୁଷ ବୋମା ମାଡ କରିଛି । ଓଲେସ୍କିଙ୍କ ଘର ଉପରେ ରୁଷ ଏକ ମିଶାଇଲ ମାଡ କରିଛି, ଏଥରେ ବଡାତୁର୍ସ୍କି ଏବଂ ତାଙ୍କ ପତ୍ନୀ ଉଭୟଙ୍କ ମୃତ୍ୟୁ ହୋଇଛି ।

ୟୁକ୍ରେନର ଦକ୍ଷିଣ ସହର ମାୟକୋଲାଇଭରେ ଏହି ଘଟଣା ଘଟିଛି । ସିଏନଏନ ନିଜର ଏକ ରିପୋର୍ଟ ଦାବି କରିଛି ଯେ, ୟୁକ୍ରେନର ବିଶିଷ୍ଟ ଶିଳ୍ପପତି ଏବଂ ତାଙ୍କ ପତ୍ନୀଙ୍କ ରୁଷ ମିଶାଇଲ ମାଡରେ ମୃତ୍ୟୁ ହୋଇଛି । ରୁଷ ତାଙ୍କ ଘର ଉପରେ ମିଶାଇଲ ମାଡ କରିଥିଲା, ଏହା ତାଙ୍କ ଶୋଇବା ଘରେ ମାଡ ହୋଇଥିଲା । ଏଥିରେ ଓଲେସ୍କି ଏବଂ ତାଙ୍କ ପତ୍ନୀ ରାୟସାଙ୍କ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ ଏହି ଆକ୍ରମଣରେ ବେଶି କ୍ଷତି ମଧ୍ୟ ହୋଇଛି । ୟୁକ୍ରେନର ସ୍ଥାନୀୟ ଅଧିକାରୀ ଏହି ଘଟଣା ଉପରେ ମୋହର ମାରିଛନ୍ତି।

ଓଲେସ୍କିଙ୍କୁ ମୃତ୍ୟୁ ବେଳକୁ ୭୪ ବର୍ଷ ହୋଇଥିଲା ଏବଂ ସେ ୟୁକ୍ରେନର ଦ୍ୱିତୀୟ ସବୁଠୁ ବଡ ଖାଦ୍ୟଶସ୍ୟ ରପ୍ତାନକାରୀ କମ୍ପାନି ନିବୁଲୋନଙ୍କ ପ୍ରତିଷ୍ଠାତା ଏବଂ ମାଲିକ ଥିଲେ । ତାଙ୍କର ପ୍ରାୟ ୩୪ ବିଲିୟନ ଟଙ୍କାର ସମ୍ପତ୍ତି ଥିଲା। ତାଙ୍କୁ ହିରୋ ଅଫ୍ ୟୁକ୍ରେନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.