scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଣି କାଢୁଥିବା ବେଳେ ୪୦ଫୁଟ ଗଭୀର କୂଅରେ ଖସିପଡିଲେ ବୃଦ୍ଧା, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

31/05/2023 at 12:12 PM

ଜଟଣୀ ୩୧।୫: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମର ବଡ଼ଜେନା ସାହିରେ ଅଘଟଣ । ୪୦ ଫୁଟ କୂଅରୁ ବୃଦ୍ଧାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମର ବଡ଼ଜେନା ସାହିର ୭୨ବର୍ଷର ବୃଦ୍ଧା ବିଶାଖା ବଡ଼ଜେନା ବୁଧବାର ସକାଳ ୭ଟା ୧୫ ମିନିଟ୍‌ରେ କୂଅରୁ ପାଣି କାଢୁଥିବା ବେଳେ ହଠାତ ଗୋଡ ଖସିଯିବାରୁ କୂଅ ଭିତରେ ପଡିଯାଇଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଗ୍ରାମବାସୀ ଖବର ଦେଇଥିଲେ । ଜଟଣୀ ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଯାଇ କନ୍ତିଆ ଗ୍ରାମରେ ପହଞ୍ଚି କୂଅ ଭିତରେ ପଡିଥିବା ବୃଦ୍ଧାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ବୃଦ୍ଧା ଜଣଙ୍କ କୂଅରୁ ବାହାରିବା ପରେ ତୁରନ୍ତ ତାଙ୍କ ପରିବାର ଲୋକେ ସ୍ଥାନୀୟ ସରକାରୀ ମେଡିକାଲକୁ ନେଇଯାଇଥିଲେ । ଡାକ୍ତରୀ ଚିକିତ୍ସା ପରେ ବୃଦ୍ଧା ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।

You Can Read :

   Related Posts