ସାପୁଆ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଶୌଚ ହେବାକୁ ଯାଇ ନିଖୋଜ ଥିଲେ

Published By : Prameya-News7 Bureau | October 09, 2021 IST

ଟାଙ୍ଗୀ ୯।୧୦: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାପୁଆ ନଦୀରୁ ମିଳିଲା ମହିଳାଙ୍କ ଶବ । ମୃତ ମହିଳା ଜଣଙ୍କ ସାନ-ହନ୍ତୁଆଡ ଗ୍ରାମର ମଞ୍ଜୁଲତା ମହାରଣା । ଘର ପାଖ ନଦୀରେ ଶୌଚ ହେବା ସମୟରେ ଅସାବଧାନତା ଯୋଗୁଁ ମଞ୍ଜୁଲତା ଭାସିଯାଇଥିଲେ । ଖବର ପାଇ ଦମକଳ ବାହିନୀ ଖବର ପାଇ ଖୋଜିଥିଲେ । ମାତ୍ର ମହିଳାଙ୍କର କୌଣସି ସନ୍ଧାନ ପାଇଲେ ନାହିଁ । ଦୀର୍ଘ ସମୟ ପରେ ଜଣେ ମହିଳାଙ୍କ ଶବ ଭାସୁଥିବା ଜାଣିବା ପରେ ଦମକଳ ବାହିନୀ ଉଦ୍ଧାର କରିଥିଲେ । ସେହି ମୃତ ମହିଳା ଜଣଙ୍କ ମଞ୍ଜୁଲତା ବୋଲି ଜଣାପଡିଛି । ବାଣପୁର ପୋଲିସ ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.