ବରଗଡ଼ରେ ବୃଦ୍ଧଂକୁ ଟାଙ୍ଗିଆରେ ହାଣି ହତ୍ୟା
16/10/2018 at 3:30 PM

ବରଗଡ଼;୧୬/୧୦- ଚାଷ ଜମିରେ ପଡ଼ିଛି ବୃଦ୍ଧଂକ ରକ୍ତ ଜୁଡ଼ୁବୁଡ଼ୁ ଶବ ।ମୃତକ ହେଲେ ବରଗଡ଼ ସଦର ଥାନା ଡ଼ୁମେରପଲ୍ଲୀ ଗାଁର ବିଭିଷଣ ।ଲୋକେ ବିଭିଷଣଂକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ।ପୋଲିସ ଓ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଣ୍ଚି ଘଟଣାରେ ତଦନ୍ତ କରୁଛି ।ମୃତ ବିଭିଷଣକୁ କେହି ଅତି ନିର୍ମମ ଭାବେ ଟାଂଗିଆରେ ହାଣି ହତ୍ୟା କରିଛି । ଛେଳି ଚୋରିକୁ ବିରୋଧ କରି ଏ ଭଳି ହତ୍ୟାକାଣ୍ଡ ଘଟିଛି ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି ।ବିଭିଷଣ ଜଂଗଲକୁ ୨୨ଟି ଛେଳି ନେଇ ଚରାଇବାକୁ ଯାଇଥିଲା ବାଳେ ୧୬ଟି ଛେଳି ଘରକୁ ଫେରିଛନ୍ତି ।ପୋଲିସ ଏ ବାବଦରେ ଅଧିକ ତନାଘନା ଆରମ୍ଭ କରିଛି ।