ଜଙ୍ଗଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବିଷ ବୋତଲ

Published By : Prameya-News7 Bureau | August 25, 2022 IST

ଘଟଗାଁ ୨୫।୮: କେନ୍ଦୁଝର ଜିଲ୍ଲା ଘଟଗାଁ ବାଇପାସ୍ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧଙ୍କ ପରିଚୟ ମିଳିନାହିଁ ।

ତେବେ ମୃତଦେହ ଜଙ୍ଗଲ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଘଟଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ନିକଟରୁ ଏକ ବିଷ ବୋତଲ ମିଳିଥିବାରୁ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିପାରିଥାନ୍ତି ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.