ଶୌଚ ହେବାକୁ ଯାଇଥିବା ବେଳେ ପଡିଗଲେ ଦନ୍ତା ହାବୁଡରେ, ବୃଦ୍ଧଙ୍କୁ କଚାଡି ମାରିଲା ହାତୀ

Published By : Prameya-News7 Bureau | June 06, 2022 IST

ଢେଙ୍କାନାଳ ୬।୬: ଘର ପଛ ପଟକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବମ୍ପା ସେକ୍ସନର ଭିଙ୍ଗିରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ବନାଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି ।

ସୂଚନାଯୋଗ୍ୟ ଯେ, ଭିଙ୍ଗିରି ଗାଁର ଜଣେ ବ୍ୟକ୍ତି ସୋମବାର ସକାଳେ ଘର ପଛ ପଟକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ସେ ଗାଁକୁ ପଶି ଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ତାଙ୍କୁ ଟେକି କଚାଡି ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଲେ ଭିଙ୍ଗିରା ଗ୍ରାମର ୭୦ ବର୍ଷ ବୟସ୍କ ନିରୂପା ସାମଲ । ହିନ୍ଦୋଳ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.