ଲଗାଣ ବର୍ଷାରେ ଭୁଶୁଡିଲା ଘର, କାନ୍ଥ ପଡି ଚାଲିଗଲା ବୃଦ୍ଧଙ୍କ ଜୀବନ

Published By : Prameya-News7 Bureau | July 13, 2022 IST

ନବରଙ୍ଗପୁର ୧୩: ଘର ଭୁଶୁଡି ୬୫ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ । ମୃତ ବୃଦ୍ଧ ଜଣଙ୍କ ଗଙ୍ଗାଧର ସୌରା। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ସମୟରେ ମଙ୍ଗଳବାର ରାତିରେ ଗଙ୍ଗାଧର ଘରେ ଶୋଇଥିବା ବେଳେ ତାଙ୍କ ଉପରେ ମାଟିର ଘରଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ଫଳରେ ଗଙ୍ଗାଧରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗଙ୍ଗାଧରଙ୍କ ସ୍ତ୍ରୀ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇ ରାତିରେ ସେଠାରେ ରହିଯାଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ନନ୍ଦାହାଣ୍ଡି ତହସିଲଦାର ଓ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.