ଲଗାଣ ବର୍ଷାରେ ଭୁଶୁଡିଲା ମାଟି କାନ୍ଥ, ଚାଲିଗଲା ବୃଦ୍ଧଙ୍କ ଜୀବନ

Published By : Prameya-News7 Bureau | July 29, 2023 IST

ପାଟଣା ୨୯।୭: ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଭୁଶୁଡିଲା । କାନ୍ଥ ପଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା କେନ୍ଦୁଯୋଡ଼ା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା କେନ୍ଦୁଯୋଡ଼ା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଲଗାଣ ବର୍ଷା ଯୋଗୁଁ ଅଘଟଣ ଘଟିଛି । ବତୁରି ଥିବା ମାଟି କାନ୍ଥ ଭୁଶୁଡି ପଡିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ହେଲେ ମାନସିଂ ମାଝୀ ।

ଶୁକ୍ରବାର ରାତିରେ ମାନସିଂ ଘରେ ଥିବା ସମୟରେ ଲଗାଣ ବର୍ଷାରେ ବତୁରି ଥିବା ମାଟି କାନ୍ଥ ତାଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ସେ କାନ୍ଥ ତଳେ ଚାପି ହୋଇ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

You Can Read :

wp:embed {"url":"https://www.prameyanews7.com/gas-pipe-line-damaged-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gas-pipe-line-damaged-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.