ବୃଦ୍ଧଙ୍କୁ ଟେକି କଚାଡିଦେଲା ଦନ୍ତା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
25/05/2023 at 10:10 AM

ଆନନ୍ଦପୁର ୨୫।୫: ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ଦନ୍ତା ହାତୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡା ପଞ୍ଚାୟତ ଗୋଳାବନ୍ଧ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡା ପଞ୍ଚାୟତ ଗୋଳାବନ୍ଧ ଗାଁରେ ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡିଦେଲା ହାତୀ । ଫଳରେ ବୃଦ୍ଧ ଜୟକୃଷ୍ଣ ନାୟକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

କିଛି ଦିନ ତଳେ ଆମ୍ବ, ପଣସ ଖାଇବାକୁ ନିକଟସ୍ଥ ସାତକୋଶିଆ ଜଙ୍ଗଲରୁ ୨ଟି ଦନ୍ତା ହାତୀ ଆସି କୋଡପଡା ଓ ବାଉଁଶଗଡ ପଞ୍ଚାୟତ ଅଞ୍ଚଳରେ ବୁଲୁଥିଲେ । ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଘଉଡାଇ ଦେଇଥିଲେ । ଗୁରୁବାର ସକାଳୁ ପୁଣି ଥରେ ହାତୀ ଗାଁ ମୁହାଁ ହୋଇ ଏଭଳି ଅଘଟଣ ଘଟାଇଛି ।