ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | June 12, 2023 IST

ଆନନ୍ଦପୁର ୧୨୬: ଘର ନିକଟରେ ଥିବା ଟ୍ରାନ୍ସଫର୍ମରରୁ ବିଦ୍ୟୁତ ତାର ଛିଣ୍ଡି ବାଡିରେ ପଡିଥିବା ବେଳେ ବାଡି ଓଳାଉଥିବା ସମୟରେ ତାର ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ଦ୍ବାରା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ ହୋଇଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା ଦଧିବାମନପୁର ଗାଁରେ । ମୃତକ ହେଉଛନ୍ତି ଜଞ୍ଜାଳୀ ଜେନା ।

ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଜଞ୍ଜାଳୀଙ୍କ ଘର ନିକଟରେ ଥିବା ଟ୍ରାନ୍ସଫର୍ମରରୁ ଏକ ତାର ଛିଣ୍ଡି ତାଙ୍କ ବାଡିରେ ପଡିଥିଲା । ହେଲେ କାଳବୈଶାଖୀ ଛାଡିବା ପରେ ବିଭାଗୀୟ କର୍ମଚାରୀମାନେ ବିନା ନିରୀକ୍ଷଣରେ ଲାଇନ୍ ଚାର୍ଜ କରିଥଲେ । ଫଳରେ ସୋମବାର ସକାଳୁ ନିଜ ବାଡି ଓଳାଇବା ସମୟରେ ଛିଣ୍ଡିପଡିଥିବା ତାରରୁ ବିଦ୍ୟୁତ ଆଘାତ ଲାଗି ଜଞ୍ଜାଳୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

You Can Read :

wp:embed {"url":"https://www.prameyanews7.com/three-critical-in-electric-shock-in-bhogarai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-critical-in-electric-shock-in-bhogarai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.