ଆମ୍ବ ତୋଳିବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ଚାଲିଗଲା ଜୀବନ

Published By : Prameya-News7 Bureau | June 08, 2024 IST

ଆଠମଲ୍ଲିକ ୮।୬: ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା । ଆମ୍ବ ତୋଳିବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ । ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଣ୍ଟେଇ କୁଳିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଣ୍ଟେଇ କୁଳିଆ ଗାଁରେ ବୃଦ୍ଧାଙ୍କୁ ଦଳିଦେଲା ହାତୀ । ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆଶା ଦେହୁରୀ । ଶନିବାର ଭୋରରୁ ନିଜ ଆମ୍ବ ତୋଟାକୁ ଯାଇଥିବା ବେଳେ ଦନ୍ତାର ଶିକାର ହୋଇଥିଲେ ବୃଦ୍ଧା । କ୍ଷତିପୂରଣ ସହ ହାତୀ ଉପରେ ନଜର ରଖିବାକୁ ଉତ୍ତ୍ୟକ୍ତ ଲୋକ ଦାବି କରିଛନ୍ତି । ଖବର ପାଇ ହଣ୍ଡପା ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read :

ପିକ୍‌ ଅପ୍-ବାଇକ ମୁହାଁମୁହିଁ ଧକ୍କା, ମାଇଁ ଓ ଭଣଜା ମୃତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.