ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ, ୨୧ ତାରିଖରୁ ଥିଲେ ନିଖୋଜ

Published By : Prameya-News7 Bureau | March 05, 2024 IST

କଣ୍ଟାବାଞ୍ଜି ୦୫।୦୩ : ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା ସାହାଚପାଣି ଗାଁରେ ଥିବା ମହାବନ୍ଧ ପାଖ ଗାର୍ଡୱାଲରେ ପୋତା ଯାଇଥିବା ଶବ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ମୃତକଙ୍କ ନାମ ଧୁବଲ ରଣା ବୋଲି ଜଣାପଡିଛି ।

wp:embed {"url":"https://www.prameyanews7.com/two-person-arrest-in-kalahandi-temeri-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-person-arrest-in-kalahandi-temeri-village/
/wp:embed

ଖବର ଅନୁଯାୟୀ, କଣ୍ଟାବାଞ୍ଜି ଥାନା ରଜାମରା ଗାଁର ଧୁବଲ ରଣା ନିଖୋଜ । ଗତ ମାସ ୨୧ ତାରିଖରୁ ନିଖୋଜ ଥିଲେ ବୃଦ୍ଧ । ବହୁ ଖୋଜାଖୋଜି ପରେ ବି ଧୁବଲଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଏବେ ମହାବଦ୍ଧ ପାଖ ଗାର୍ଡଓ୍ୱାଲରେ ଜଣେ ବୃଦ୍ଧଙ୍କ ମୃତଦେହ ପୋତା ଅବସ୍ଥାରେ ଠାବ ହୋଇଛି । ମୃତକ ଧୁବଲ୍‌ ବୋଲି ଜଣାପଡିଛି ।

wp:embed {"url":"https://www.prameyanews7.com/police-raid-in-jua-ada-at-jharsuguda/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-raid-in-jua-ada-at-jharsuguda/
/wp:embed

ସେପଟେ ଘଟଣାସ୍ଥଳରେ ପୁଲିସ ଓ ବଲାଙ୍ଗୀରର ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟ ଦାୟିତ୍ବରେ କଣ୍ଟାବାଞ୍ଜି ତହସିଲଦାର ମଧ୍ୟ ଉପସ୍ଥିତ ରହିଥିବା ଜଣାପଡିଛି। ତେବେ ଏହା ହତ୍ୟା ନା ଆଉ କିଛି । ତାହା ପୋଲିସ ତଦନ୍ତରୁ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/anant-radhika-pre-wedding-function-ram-charan-makeup-artist-angry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anant-radhika-pre-wedding-function-ram-charan-makeup-artist-angry/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.