ଦୁନିଆର ସବୁଠୁ ବୟସ୍କ ପ୍ରାଣୀ, କଇଁଛକୁ ହେଲା ୧୯୦ ବର୍ଷ

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ନେପୋଲିୟନଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଜନ୍ମ ହୋଇଥିବା ଏକ କଇଁଛ ଆଜିର ଦୁନିଆର ସବୁଠୁ ବୟସ୍କ ଜୀବିତ ପ୍ରାଣୀ । ଏହି ବିଶାଳ କଇଁଛ ଜୋନାଥନ ଦ ସେଶଲ୍ସକୁ ୧୯୦ ବର୍ଷ ହୋଇଛି ।

ଫ୍ରାନ୍ସିସି ସମ୍ରାଟ ନେପୋଲିୟନ ବୋନାପାର୍ଟଙ୍କ ପରାଜୟ ପରେ ଦକ୍ଷିଣ ଆଟଲାଣ୍ଟିକକୁ ଲାଗି ରହିଥିବା ହେଲେନାରେ ନିର୍ବାସିତ ଜୀବନ କାଟୁଥିଲେ । ଏହି ସମୟରେ ୧୮୨୧ରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ବର୍ଷ ପରେ ଜନ୍ମ ହୋଇଥିବା ଏକ ବିଶାଳ କଇଁଛ ଜୋନାଥନ ଏବେ ସେହି ଅଞ୍ଚଳରେ ହିଁ ୧୯୦ ଜନ୍ମ ଦିନ ପାଳନ କରୁଛି।

କଇଁଛର ମୋଟା ଏବଂ ମଜଭୁତ ଚମଡାରୁ ଅନୁମାନ କରାଯାଉଛି ଯେ ୧୮୩୨ ମସିହାରେ ସେ ଅଣ୍ଡରୁ ବାହାରି ଥାଇପାରେ । ସେଶେଲ୍ସରୁ କଇଁଛଟିକୁ ଜନ୍ମର ପ୍ରାୟ ୫୦ ବର୍ଷ ପରେ ବ୍ରିଟେନର ବିହାର ଅଞ୍ଚଳକୁ ନିଆଯାଇଥିଲା । ଏବେ କଇଁଛଟିକୁ ପ୍ଲାଣ୍ଟେସନ ହାଉସରେ ରଖାଯାଉଛି । ପ୍ଲାଣ୍ଟେସନ ହାଉସ ସେଣ୍ଟ ହେଲେନାର ଗଭର୍ଣ୍ଣର ହାଉସ । କଇଁଛ ନାଁରେ ଏକ ବିଶେଷ ଡାକ ଟିକେଟ୍ ମଧ୍ୟ ଜାରି କରାଯାଇଥିଲା ।

ଏଇ ବର୍ଷ ଆରମ୍ଭରେ ଜୋନାଥନକୁ ଗିନିଜ ବୁକ ଅଫ ୱାର୍ଲଡ୍ ରେକର୍ଡରେ ସବୁଠୁ ବୟସ୍କ ଜୀବିତ ପ୍ରାଣୀ ରୂପେ ସାମିଲ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.