ମହୁଲଫୁଲ ଗୋଟାଇବା ବେଳେ ଅଘଟଣ, ମହିଳାଙ୍କୁ କଚାଡି ମାରିଦେଲା ହାତୀ

Published By : Prameya-News7 Bureau | April 14, 2024 IST

କାମାକ୍ଷାନଗର ୧୪।୦୪ : ମହୁଲଫୁଲ ଗୋଟାଇବା ବେଳେ ଅଘଟଣ । ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଚାଙ୍ଗୁରିପାଳ ନିକଟରେ ଘଟିଛି ଏହି ଘଟଣା । ମୃତକ ମହାବିରୋଡ ଥାନା ଗୋବରି ଗାଁର ସୁରୁ ମୁଣ୍ଡା ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଶନିବାର ଦିନ ୧୦ ଟା ସମୟରେ ଗାଁ ନିକଟସ୍ଥ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଚାଙ୍ଗୁରିପାଳ ଜଙ୍ଗଲରୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ । ସେଠାରୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଗ୍ରାମବାସୀଙ୍କ ସହ ଜଙ୍ଗଲରେ ଖୋଜାଖୋଜି କରିଥିଲେ । ବହୁ ସମୟ ଧରି ଖୋଜାଖୋଜି ପରେ ରାତିରେ ମହୁଲ ଗଛ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସେପଟେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ ମହାବିରୋଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.