କେମିତି ଏତେ ନିଷ୍ଠୁର ହୋଇପାରେ ମଣିଷ ? ଘର କାମ ନ କରିବାରୁ ୮୨ ବର୍ଷ ବୃଦ୍ଧା ଶାଶୁଙ୍କୁ ବାଡେଇଲା ବୋହୁ, ଭିଡିଓ ଭାଇରାଲ କଲେ ନାତି-ନାତୁଣୀ

Published By : Prameya-News7 Bureau | August 24, 2020 IST

ସୋନିପତ ୨୪/୦୮ :  ହରିୟାଣା ସୋନିପତ ଜିଲ୍ଲାର ସେକ୍ଟର-୨୩ ରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି | ଯୁଗ ଯେତେ ଆଗକୁ ଗଲେ ମଧ୍ୟ ମାନବିକତା ସତେ ଯେମିତି କେଉଁଠି ହଜିଗଲଣି | ଜଣେ ୮୨ ବର୍ଷ ବୃଦ୍ଧା ମହିଳାଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଛି | ବୃଦ୍ଧା ମହିଳାଙ୍କୁ ତାଙ୍କ ନିଜ ବୋହୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି | ତେବେ ବୃଦ୍ଧା ମହିଳାଙ୍କ ଭୁଲ କେବଳ ଏତିକି ଥିଲା ଯେ ସେ ଘର କାମ କରିପାରୁନଥିଲେ | ଘର କାମ କରିପାରୁନଥିବାରୁ ନିଷ୍ଠୁର ବୋହୁ ନିଜ ଶାଶୁଙ୍କୁ ବାଡ଼େଇଥିଲା | ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ପୋଲିସ ଆଇନଗତ ପଦକ୍ଷେପ ନେଇଛି | ପୋଲିସ ବୃଦ୍ଧା ମହିଳାଙ୍କ ବୋହୁ ଓ ବୋହୁର ମା'ଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି |

{"id":319238,"sizeSlug":"large"}

ମହିଳାଙ୍କ ବୟସ ୮୨ | ମହିଳା ଜଣକ ନିଜେ ଭଲ ଭାବେ ଚଲାବୁଲା କରିବାକୁ ମଧ୍ୟ ଅସମର୍ଥ | କିନ୍ତୁ ତାଙ୍କ ବୋହୁ ଜୋର ଜବରଦସ୍ତ ତାଙ୍କ ଦ୍ୱାରା ଘର କାମ କରୁଥିଲା | କାମ କରିନପାରିଲେ ତାଙ୍କୁ ନିର୍ଦୟୀ ଭଳି ବାଡ଼ଉଥିଲା | ବହୁର ଏହି ଅତ୍ୟାଚାରର ଭିଡିଓ ତାଙ୍କରି ପୁଅଝିଅ ରେକର୍ଡିଙ୍ଗ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ | ଏହାପରେ ଅଭିଯୁକ୍ତ ମହିଳା ଫେରାର ହୋଇଯାଇଛି | 

{"id":319239,"sizeSlug":"large"}

ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାପରେ ପୋଲିସ ଅଭିଯୁକ୍ତ ମହିଳା ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି | ସେକ୍ଟର-୨୩ ପୋଲିସ ଥାନା ଇନଚାର୍ଜ କଟାର ସିଂହ କହିଛନ୍ତି ଯେ ମହିଳା ସ୍ୱାସ୍ଥ୍ୟ ବିଭାଗରେ ନର୍ସ ଭାବେ କାର୍ଯ୍ୟରତ | ମାମଲା ରୁଜ୍ଜୁ ହେବାପରେ ସେ ଫେରାର ହୋଇଯାଇଛି | ମହିଳାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କଟାର ସିଂହ କହିଛନ୍ତି | ପୋଲିସ କହିଛି ଯେ ପୀଡିତା ମହିଳାଙ୍କ ପୁଅ ଅଭିଯୋଗ କରିଥିଲେ |

wp:core-embed/youtube {"url":"https://www.youtube.com/embed/0g4lr_Z2gx4","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/0g4lr_Z2gx4
/wp:core-embed/youtube

ମହିଳାଙ୍କ ମେଡିକାଲ ଚେକଅପ କରାଯାଇଛି | ବୃଦ୍ଧାଙ୍କ ପୁଅ ପତ୍ନୀ ଓ ନିଜ ଶାଶୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି | ଏହାସହ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ ବୋଲି ଅଭିଯୋଗରେ କହିଛନ୍ତି | ଉଭୟଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଅଭିଯୁକ୍ତ ମହିଳା ଓ ତାଙ୍କ ମା ମାମଲା ସାମ୍ନାକୁ ଆସିବା ପରେ ଫେରାର ହୋଇଯାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.