ନଦୀରେ ଭାସି ଯାଉଥିବା ବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ୩ ଯୁବକ

Published By : Prameya-News7 Bureau | August 16, 2018 IST

ବରଗଡ ୧୬/୮ : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚୌଂରିଆ ନିକଟରେ ଅଙ୍ଗ ନଦୀରେ ଭାସି ଯାଉଥିବା ବେଳେ ଜଣେ ବୃଦ୍ଧାଙ୍କୁ ତିନି ଜଣ ଯୁବକ ଉଦ୍ଧାର କରିଛନ୍ତି । ଚୌଂରିଆ ଗ୍ରାମର ଏହି ବୃଦ୍ଧା ଜଣକ ଗାଧୋଉଥିବା ବେଳେ ହଠାତ୍ ପାଣିରେ ଭାସି ଯାଇଥିଲେ ।ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ପାଣିରେ ଭାସି ଭାସି ଯିବା ପରେ ଘୁଚିପାଲି ଡ୍ୟାମ୍ ନିକଟରେ ରାଇସଲପଦର ଗାଁର ଜଗନ୍ନାଥ ଜଲଶାୟୀ, ବିଶ୍ଵାମିତ୍ର ସାହୁ ଓ ହେମେନ୍ଦ୍ର ସାହୁ ନାମକ ତିନିଜଣ ଯୁବକ ଗାଈ ଚରାଉଥିବା ସମୟରେ ବୃଦ୍ଧାଙ୍କୁ ଦେଖିଥିଲେ । ସଙ୍ଗେ ସଙ୍ଗେ ସେମାନେ ନଦୀର ବଢ଼ିପାଣିକୁ ସାହାସିକତାର ସହ ଡେଇଁ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ।ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.