scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘର ସଫା କରୁ କରୁ ମିଳିଲା ପେଣ୍ଟିଂ, ବୃଦ୍ଧାଙ୍କୁ କଲା କୋଟିପତି

18/11/2023 at 3:10 PM

ନୂଆଦିଲ୍ଲୀ ୧୮।୧୧: ସାଧାରଣତଃ ଆମେ ପେଣ୍ଟିଂ ଦେଖିଥାଉ । କିନ୍ତୁ କିଛି ଏପରି ପେଣ୍ଟିଂ ରହିଛି ଯାହାର ଦାମ୍‌ କୋଟିକୋଟି ଟଙ୍କା । ଏବେ ଏଭଳି ଏକ ପେଣ୍ଟିଂ ସାମ୍ନାକୁ ଆସିଛି । ଖାସ୍‌ କଥା ହେଉଛି ଏହି ପେଣ୍ଟିଂଟି ଏକ ଅଳିଆ ଘରେ ବନ୍ଦ ହୋଇ ପଡିଥିଲା । ଯେଉଁ ପେଣ୍ଟିଂକୁ ଅଳିଆ ବୋଲି ଭାବୁଥିଲେ ଏବେ ସେହି ପେଣ୍ଟିଂ କରିଛି ମାଲେମାଲେ ।

ଖାସ୍‌ କଥା ହେଉଛି ଏହି ପେଣ୍ଟିଂଟି ଜଣେ ୯୦ ବର୍ଷିୟ ବୃଦ୍ଧାଙ୍କୁ ମିଳିଛି । ଏହି ଘଟଣାଟି ଫ୍ରାନ୍ସରୁ ଆସିଛି । ଜଣେ ବୃଦ୍ଧ ମହିଳା ଘର ସଫା କରିବା ସମୟରେ ରୋଷେଇ ଘରୁ ତାଙ୍କୁ ମିଳିଥିଲା ଏହି ପେଣ୍ଟିଂଟି । ସେ ଏହାକୁ ଏକ ଅଳିଆ ବୋଲି ଭାବୁଥିଲେ । କିନ୍ତୁ ପରେ ଜାଣିବାକୁ ମିଳିଥିଲା ଯେ ଏହା କୌଣସି ସାମାନ୍ୟ ପେଣ୍ଟିଂ ନୁହେଁ ।ଏହା ଏକ ଐତିହ୍ୟ ପେଣ୍ଟିଂ । ଏହାର ଦାମ୍‌ ୨୫ ନିୟୁତ ଡଲାରରୁ ଅଧିକ । ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୨୦୮ କୋଟି ଟଙ୍କା ।

 ଏହି ପେଣ୍ଟିଂର ନାଁ ହେଉଛି ଖ୍ରୀଷ୍ଟମକ୍ । ଏହା ଇଟାଲୀୟ ଚିତ୍ରକାର ସିମାବୁଙ୍କ ଦ୍ୱାରା ନିର୍ମିତ । ଏହା ଏକ ତ୍ରୟୋଦଶ ଶତାବ୍ଦୀର ପେଣ୍ଟିଂ । ଫ୍ରାନ୍ସ ସରକାର ଏହାକୁ ଏକ ଜାତୀୟ ଐତିହ୍ୟ ଘୋଷଣା କରିଛନ୍ତି । ବର୍ତ୍ତମାନ ପେଣ୍ଟିଂଟି ଫ୍ରାନ୍ସର ପ୍ରସିଦ୍ଧ ଲୋଉଭ୍ରେ ମ୍ୟୁଜିୟମରେ ରଖାଯିବ । ରିପୋର୍ଟ ଅନୁଯାୟୀ, ୨୦୧୯ରେ ଘର ସଫା କରିବା ସମୟରେ ମହିଳାଙ୍କୁ ଏହି ପେଣ୍ଟିଂଟି ମିଳିଥିଲା ।

 ସଫେଇ କାମ କରୁଥିବା ମହିଳାଙ୍କ ବୟସ ୯୦ ବର୍ଷରୁ ଅଧିକ। ସେ ପ୍ରତିଦିନ ତାଙ୍କ ଘରେ ଝୁଲୁଥିବା ଏହି ପେଣ୍ଟିଂର ପ୍ରକୃତ ଦାମ୍ ବିଷୟରେ ଜାଣି ନଥିଲେ । ବୃଦ୍ଧ ମହିଳା ଭାବିଥିଲେ ଯେ ଏହା ରୁଷ ସହ ଜଡିତ କୌଣସି ଅଦରକାରୀ ଜିନିଷ । ସେ ଏହାକୁ ଅଳିଆଗଦାରେ ପକାଇବାକୁ ଯୋଜନା କରୁଥିଲେ । ସେହି ସମୟରେ ପେଣ୍ଟିକୁ ଚିଲିର ବିଲିୟନେୟାର ଆଲଭାରୋ ସାଇହ ବେଣ୍ଡେକ ଏବଂ ତାଙ୍କ ଅର୍ଥନୀତିଜ୍ଞ ପତ୍ନୀ ଆନା ଗୁଜମାନ ଆନ୍ଫେଲ୍ଡ ସେମାନଙ୍କ ବ୍ୟକ୍ତିଗତ ସଂଗ୍ରହ ପାଇଁ କିଣିଥିଲେ ।

ଯେତେବେଳେ ଫ୍ରାନ୍ସ ସରକାର ପେଣ୍ଟିଂକୁ ରପ୍ତାନି ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ ସେତେବେଳେ ଉପୁଜିଥିଲା ସମସ୍ୟା । ଏହାପରେ ପେଣ୍ଟିଂକୁ ମ୍ୟୁଜିୟମ୍‌ରେ ରଖିବାକୁ ଯୋଜନା କରାଯାଇଥିଲା । କିନ୍ତୁ ଏଥିପାଇଁ ଆବଶ୍ୟକ ପାଣ୍ଠି ଏକାଠି କରିବା ପାଇଁ ସଂଗ୍ରହାଳୟ ଲାଗିଯାଇଥିଲା ୩୦ ମାସ ସମୟ ।

ତେବେ ପେଣ୍ଟିଂ ପାଇଁ ସଂଗ୍ରହାଳୟ କେତେ ଟଙ୍କା ଦେଇଛି ସେ କଥା ପ୍ରକାଶ କରାଯାଇ ନାହିଁ। ଚିତ୍ରକାର ସିମାବୁଙ୍କ ଅନ୍ୟ ଏକ ପେଣ୍ଟିଂର ନାଁ ହେଉଛି ମାଏଷ୍ଟା । ଏହା ପୂର୍ବରୁ ମାଏଷ୍ଟାକୁ ମ୍ୟୁଜିୟମ୍‌ରେ ରଖାଯାଇଛି । ବର୍ତ୍ତମାନ ମାଏଷ୍ଟାର ଚାଲିଛି ମରାମତି କାମ । ତେବେ ମାଏଷ୍ଟା ଏବଂ  ୨୦୮କୋଟି ଟଙ୍କାରେ ନିଲାମ ହେବାକୁ ଥିବା ଖ୍ରୀଷ୍ଟମକ୍ ପେଣ୍ଟିଂ  ୨୦୨୫ ବସନ୍ତ ଋତୁରେ ହେବାକୁ ଥିବା ଏକ୍ଜିବିସନ୍‌ରେ ପ୍ରଦର୍ଶନ କରାଯିବ ।

You Can Read:

   Related Posts