suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ପାଇଖାନାରେ କଟୁଛି ଅସହାୟ ବୃଦ୍ଧାଙ୍କ ଜୀବନ

27/09/2020 at 6:54 PM

ଭଦ୍ରକ ୨୭।୯: ସ୍ଵଚ୍ଛ ଭରତ ଅଭିଯାନର ପାଇଖାନା ଏବେ ସାହା ଭରଷା । ପାଇଖାନାରେ ଦିନ କାଟୁଛନ୍ତି ଅସହାୟ ବୃଦ୍ଧା । ଭଙ୍ଗା ଘର ଖଣ୍ଡିକୁ ମଧ୍ୟ ସମ୍ପୂର୍ଣ୍ଣ ଧୋଇନେଇଛି ବନ୍ୟା । ବାଧ୍ୟ ହୋଇ ପାଇଖାନାରେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧା । ଅସହାୟ ବୃଦ୍ଧାଙ୍କ ପାଇଁ ଯେମିତି ଶେଷ ଠିକଣା ହୋଇଛି ପାଇଖାନା । ଏଭଳି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅଞ୍ଚଳରେ ।

ଏହି ଅସହାୟ ବୃଦ୍ଧା ଜଣଙ୍କ ହେଉଛନ୍ତି ସରସ୍ଵତୀ ସାହୁ । ତାଙ୍କ ବୟସ ୬୮ ବର୍ଷ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କରଦା ପଞ୍ଚାୟତ ବେଦପୁର ଗାଁରେ ତାଙ୍କ ଘର । ଘର ନୁହେଁ ତ, ପାଇଖାନା । ସ୍ଵାମୀ ଓ ପୁଅ-ବୋହୂ ସମସ୍ତେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି । ୨୦୧୧ ମସିହା ବନ୍ୟା ଘରକୁ ଅଧାଭଙ୍ଗା ଅବସ୍ଥାରେ ଛାଡିଥିଲା । ଆର୍ଥିକ ଅନଟନରେ ଘରଟିଏ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଘରଟି ଏବେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ପୁଅ-ବୋହୂ ଓ ସ୍ଵାମୀ ଆସିଲେ ସମ୍ପର୍କୀୟଙ୍କ ଘରେ ରୁହନ୍ତି । ପୁଣି ପେଟ ପାଟଣା ପାଇଁ ଫେରିଯାଆନ୍ତି । କିନ୍ତୁ ବୃଦ୍ଧା ଜଣଙ୍କ ସନ୍ତକକୁ ସାଇତି ରଖିଛନ୍ତି ।

ଘର ଭାଙ୍ଗିବା ପରେ ପଡୋଶୀଙ୍କ ଘରେ ରହୁଥିଲେ । କିନ୍ତୁ ଦୀର୍ଘ ସମୟ ରହିବା ପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖି ସେଠାରୁ ଆସି ପାଇଖାନା ଘରେ ମୁଣ୍ଡ ଗୁଞ୍ଜିଲେ । ସେଇ ପାଇଖାନାରେ ରୋଷେଇ କରି ଖାଉଛନ୍ତି, ଶୋଉଛନ୍ତି ପୁଣି ଶୌଚ ମଧ୍ୟ ହେଉଛନ୍ତି ।

ସରସ୍ଵତୀଙ୍କ ଅନୁସାରେ ସେ ବହୁଥର ଅନୁରୋଧ କଲେଣି । କିନ୍ତୁ ଫଳ କିଛି ନାହିଁ । ୬୮ ବର୍ଷ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନି । ଯାହାକୁ କହିଲେ ସମସ୍ତେ ପୁଳା ପୁଳା ସମବେଦନା ଆଉ ସହାୟତାର ପ୍ରତିଶ୍ରୁତି ଦେଉଛନ୍ତି । ଆଉ ସେହି ସହାନୁଭୁତି ଓ ପ୍ରତିଶ୍ରୁତି କିନ୍ତୁ କଥାରେ ରହିଯାଉଛି । ଖବର ସଂଗ୍ରହ ବେଳେ ସେଠାରେ ପହଞ୍ଚିଥିଲେ କରଦା ପଞ୍ଚାୟତର ସମିତି ସଭ୍ୟ । ବୃଦ୍ଧାଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଭତ୍ତା ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଘରଟିଏ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି ମଧ୍ୟ କହିଛନ୍ତି ।

   Related Posts