ମହୁଲ ସଂଗ୍ରହ ପାଇଁ ଯାଉଥିଲେ, ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ

Published By : Prameya-News7 Bureau | April 05, 2024 IST

ନୂଆପଡା ୫।୪: ମହୁଲ ସଂଗ୍ରହ ପାଇଁ ବିଲକୁ ଯାଇଥିବା ବେଳେ ହଠାତ ଆକ୍ରମଣ କଲା ଭାଲୁ । ବୃଦ୍ଧାଙ୍କୁ ସମସ୍ତଙ୍କ ସମ୍ମୁଖରେ ଆକ୍ରମଣ କରୁଥିବା ଭାଲୁକୁ ଘଉଡାଇ ଦେଲେ ଲୋକେ ।  ଅଳ୍ପକେ ବର୍ତ୍ତିଗଲେ ଧରମବନ୍ଧା ଥାନା ଚୁଲାଭାଟ ଗାଁ ବରପଦର ପଡାର କଥାବାଇ ରାଉତ । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ନିଜ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ । ଏହି ସମୟରେ କିଛି ଲୋକଙ୍କୁ ଭାଲୁ ଆକ୍ରମଣ କରିବା ପାଇଁ ଦୌଡାଉଥିବା ବେଳେ ବୃଦ୍ଧା ଜଣକ ଦୌଡି ନପାରି ଭାଲୁ ମୁହଁରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଭାଲୁକୁ ଘଉଡାଇବା ପରେ ଭାଲୁଟି ଜଙ୍ଗଲମୁହାଁ ହୋଇଥିଲା । ତେବେ ବୃଦ୍ଧାଙ୍କ ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି । ଲୋକେ ଉଦ୍ଧାର କରିବା ସହ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ।

You Can Read :

ଯୁବକଙ୍କ ମୃତଦେହ ଉଦ୍ଧାର, ମହାନଦୀରେ ବୁଡି ନିଖୋଜ ଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.