suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅସହାୟ ଅବସ୍ଥାରେ ପଡିରହିଛନ୍ତି ବୃଦ୍ଧା : ଆହା ପଦେ କହିବାକୁ କେହି ନାହିଁ…

3/11/2020 at 1:02 PM

ସାଲେପୁର ୦୩।୧୧: ଆଜିକା ସମାଜରେ ବୁଢାବୁଢୀ ହୋଇଗଲେ ବୋଧେ ଅଦରକାରୀ ହୋଇପଡନ୍ତି । ପରିଣତ ବୟସୟରେ କୁଆଡେ ଯିବେ, ଅଣ୍ଟା ନଇପଡିଲାଣି । ଚାଲିବାକୁ ଆଉ ବଳ ନାହିଁ, କେହି ମୁଠା ଖାଇବାକୁ ଦେଲେ ପଟେରେ ଦାନା ପଡେ । ନହେଲେ ଉପାସ । ଦେହରେ ମାଛି ଭଣ ଭଣ ହେଉଛନ୍ତ, ସେହିପରି ଭାବେ ପଡିରହିଛନ୍ତି ବୃଦ୍ଧା । କଟକ ଜିଲ୍ଲା ସାଲେପୁର ସାହେଶ୍ୱରୀ ମଣ୍ଡପ ନିକଟରେ ଦେଖିବାକୁ ମିଳିଛି ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ।

କଟକ ଜିଲ୍ଲା ସାଲେପୁର ସାହେଶ୍ୱରୀ ମଣ୍ଡପରେ ବୁଢ଼ୀ ଲୋକଟି କିଛି ଦିନ ହେବ ମାଗିଯାଚି ଖାଉଥିଲା। କିନ୍ତୁ ଏବେ ଆଉ ଚାଲିବାକୁ ବଳ ପାଉନାହିଁ। ସେମିତି ଗୋଟିଏ ଜାଗାରେ ପଡିରହିଛି। ବିନା ଗାଧୁଆରେ ସେହିପରି ଭାବରେ ପଡିରହିଛନ୍ତି । ଦୃଶ୍ୟକୁ ଦେଖିଲେ ସତେ ଯେପରି ସମାଜରୁ ମାନବିକତା ହଜିଯାଇଛି। କୋଭିଡ଼ ମହାମରି ସମୟରେ ଅନେକ ବ୍ୟକ୍ତି ବିଶେଷ ସାହାଯ୍ୟ ଓ ସହଯୋଗ କରୁଥିବା ବେଳେ ଏହି ନିଆଶ୍ରୀ ବୃଦ୍ଧାଙ୍କ ଉପରେ ଯଦି କେହି ସହଯୋଗ କରନ୍ତି । ତେବେ ତାଙ୍କ ସ୍ଥିତିରେ କିଛିଟା ସୁଧାର ଆସିପାରିବ । କୌଣସି ବ୍ୟକ୍ତିଙ୍କ ନଜର ଯଦି ପଡିଯାଆନ୍ତ, ତେବେ ନିଶ୍ଚିତଭାବେ ବୃଦ୍ଧା ଲୋକଟିକୁ ବଞ୍ଚିବାର ରାହା  ମିଳିଯାଆନ୍ତା। ସେପଟେ ସାଲେପୁର ପ୍ରଶାସନ ତୁରନ୍ତ ଏହି ଘଟଣାଟିକୁ ଗୁରୁତର ସହ ନେବାକୁ ସାଧାରଣରେ ଦାବି ହୋଇଛି।

   Related Posts