ଗଞ୍ଜାମରେ ନଦୀରେ ଗାଧୋଇବାବେଳେ ବୁଡିଯାଇ ବୃଦ୍ଧାଙ୍କ ମୃତ୍ୟୁ
31/10/2018 at 11:52 AM

ଗଞ୍ଜାମ ୩୧|୧୦: ନଦୀରେ ଗାଧୋଇବାବେଳେ ବୁଡିଯାଇ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ମୌଲାଭଞ୍ଜ। ପଞ୍ଚାୟତ ତିଳେଶ୍ବର ଗ୍ରାମର ଜଣେ ବୃଦ୍ଧା ନଦୀରେ ଗାଧୋଇବାକୁ ଯାଇଥିଲେ । କୌଣସି କାରଣ ବଶତଃ ଗାଧୋଇବା ବେଳେ ସେ ନଦୀରେ ବୁଡିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପାଣ୍ଡି ସେଠି । ଅଗ୍ନିଶମବାହିନୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଦିଗପହଣ୍ଡି ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023