ଚାଲିଚାଲି ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ବୃଦ୍ଧା ମୃତ

Published By : Prameya-News7 Bureau | July 11, 2019 IST

ବଡବିଲ ୧୧|୭: ୧୪ ଚକିଆ ଟ୍ରକ୍ ମାଡ଼ିଯାଇ ଜଣେ ୬୫ ବର୍ଷିୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବଡ଼ବିଲ ଥାନା ଟଂଟୋ ଏୟାରଷ୍ଟ୍ରିପ୍ ନିକଟରେ ଏହି ଅଘଟଣ ଘଟିଛି । ମୃତକ ହେଉଛନ୍ତି ସୁକମତୀ ସାହୁ ।

{"id":132563}

ସୂଚନାଯୋଗ୍ୟ ଯେ, ବୃଦ୍ଧା ଜଣକ ଚାଲିଚାଲି ଯାଉଥିବା ସମୟରେ ପଛପଟୁ ଓଡି ୦୯କେ୨୧୭୯ ନମ୍ବର ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ବଡବିଲ ପୋଲିସ ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.