ଘର ଓଳାଉଥିବା ବେଳେ ଭୁଶୁଡିଲା ଘର କାନ୍ଥ, ଚାଲିଗଲା ବୃଦ୍ଧାଙ୍କ ଜୀବନ

Published By : Prameya-News7 Bureau | May 10, 2024 IST

ଆନନ୍ଦପୁର ୧୦।୫: ଘର କାନ୍ଥ ପଡି ବୃଦ୍ଧାଙ୍କ ମୃତ୍ୟୁ । କାଳବୈଶାଖୀ ପ୍ରଭାବରୁ ପ୍ରବଳ ବର୍ଷା ଯୋଗୁ ଖସିପଡ଼ିଲା କାନ୍ଥ । ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରାଇଘାଟି ଗାଁର କାଟେ ଖୁଣ୍ଟିଆଙ୍କ ସ୍ତ୍ରୀ ରାଇମଣୀ ଘର ଓଳାଉଥିବା ସମୟରେ ଅଚାନକ ଘରର କାନ୍ଥ ତାଙ୍କ ଉପରେ ପଡି ଯାଇଥିଲା। କାଳବୈଶାଖୀ ପ୍ରଭାବରୁ ଗୁରୁବାର ପ୍ରବଳ ବର୍ଷା ହୋଇଥିବାରୁ ମାଟି କାନ୍ଥ ଖସି ପଡ଼ିଥିବା ଅନୁମାନ କରାଯାଉଛି । ପରିବାର ଲୋକେ ତୁରନ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

You Can Read:

ଟ୍ରକ୍ ପଛରେ ପିଟିହେଲା ସ୍କୁଟି, ଯୁବକ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.