ଭତ୍ତା ପାଇଁ ସଂଘର୍ଷ : କ୍ୟାନ୍ସର ପୀଡିତା ଝିଅ ଚାଲିଗଲା ଆରପାରିକୁ, ବ୍ୟାଙ୍କ୍କୁ ଦୌଡି ଦୌଡି ନୟାନ୍ତ ରୁକୁଣା
5/06/2023 at 2:26 PM

ବୋରିଗୁମ୍ମା ୫।୬: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସୋସାହାଣ୍ଡି ପଞ୍ଚାୟତ ଧଉଡାପାଲା ଗ୍ରାମର ରୁକୁଣା ପେଣ୍ଠିଆ । ପରିବାର କହିଲେ ଝିଅ ଏବଂ ନାତି । ରୁକୁଣା ଏବଂ ଝିଅକୁ ଭତ୍ତା ମିଳୁଥିଲା । ସେହି ଭତ୍ତା ଟଙ୍କାରେ ପରିବାର ଗୁଜୁରାଣ ହେଉଥିଲା ।

ଆଜକୁ ତିନି ମାସ ହେବ ରୁକୁଣାକୁ ଭତ୍ତା ଟଙ୍କା ମିଳୁ ନାହିଁ । ପରିଣତ ବୟସରେ ରୁକୁଣା ଧଉଡାପାଲା ଠାରୁ ସୋସାହାଣ୍ଡି ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ନାହିଁ କାଲି କହି କହି ତିନି ମାସ ବିତି ଯାଇଛି ଭତ୍ତା ଟଙ୍କାରୁ ବଞ୍ଚିତ ହୋଇଛନ୍ତି ରୁକୁଣା ।

ମୁଣ୍ଡଫଟା ଖରାରେ ବ୍ୟାଙ୍କ ଖାତା ଧରି ରୁକୁଣା ଚାଲି ଚାଲି ସୋସାହାଣ୍ଡି ବ୍ୟାଙ୍କକୁ ଯିବା ଆସିବା ପରେ ଆଉ ଅଣ୍ଟାରେ ବଳ ନାହିଁ ବୋଲି କହିଛନ୍ତି । ସେପଟେ ଝିଅ କ୍ୟାନ୍ସରରେ ପୀଡ଼ିତ ହୋଇ ରବିବାର ଆରପାରିକୁ ଚାଲିଗଲେ । ବର୍ତ୍ତମାନ ରୁକୁଣାଙ୍କୁ ଭତ୍ତା ଟଙ୍କା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି ।
You Can Read :