ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ

Published By : Prameya-News7 Bureau | September 30, 2019 IST

ଢେଙ୍କାନାଳ  ୩୦/୯: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଲଳିତା ବେହେରା । ଲଳିତା ରବିବାର ଦିନ ଅପରାହ୍ନରେ ଗାଁ ପାଖ ସିଆଁନାଳ ନିକଟରେ ଛେଳି ଚରାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।

{"id":164496}

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏକ ଅଟୋ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କାମାକ୍ଷାନଗର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.