ପୁଅକୁ ବଞ୍ଚାଇବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ବୃଦ୍ଧା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
23/08/2022 at 3:09 PM

ବଡ଼ବିଲ ୨୩।୮: ବୃଦ୍ଧାଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ନିକଟ ହଟିଂରେ ଏଭଳି ଅମାନୁଷିକ ଘଟଣା ଘଟିଛି । ଗୁରୁତର ଆହତ ବୃଦ୍ଧା ହେଉଛନ୍ତି ଦଇମତି ଖଣ୍ଡାୟତ । ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ୨ ଜଣ ଯୁବକ ଦଇମତିଙ୍କ ଘରେ ପଶି ତାଙ୍କ ପୁଅ ସୁଶୀଲ ଖଣ୍ଡାୟତଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦଇମତି ବାଧା ଦେବାରୁ ଉଭୟ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବୃଦ୍ଧା ଦଇମତିଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ପକାଇଥିଲେ ଦୁର୍ବୃତ୍ତ । ଯାହା ଫଳରେ ପ୍ରବଳ ରକ୍ତସ୍ରାବ ହୋଇ ସେ ଗୁରୁତର ହୋଇପଡିଥିଲେ । ଘଟଣା ନେଇ ଅଭିଯୋଗ ପାଇବା ପରେ ବଡ଼ବିଲ ପୋଲିସ ତଦନ୍ତ ଚଳାଇଛି ।