ପୁରୁଣା ପେନସନ ଯୋଜନା ହେବ ୨୦୨୪ରେ ବଡ଼ ପ୍ରସଙ୍ଗ; ଛତୀଶଗଡ଼ରୁ ଗୁଜରାଟ ସବୁଠି ମିଳୁଛି ସଙ୍କେତ
1/12/2022 at 6:38 PM

ନୂଆଦିଲ୍ଲୀ ୦୧/୧୨: ୨୦୨୪ରେ ବଡ଼ ପ୍ରସଙ୍ଗ ହୋଇପାରେ ପୁରୁଣା ପେନସନ ଯୋଜନା। ବର୍ତ୍ତମାନ ଦେଶର ରାଜନୈତିକ ମାହୋଲ୍ରୁ ଏପରି କିଛି ହେବ ବୋଲି ସନ୍ଦେହ କରାଯାଉଛି। ରାଜସ୍ଥାନ ଛତୀଶଗଡ଼ ଭଳି ରାଜ୍ୟରେ କଂଗ୍ରେସ ସରକାର ପୁରୁଣା ପେନସନ ଯୋଜନାକୁ ପୁଣି ଫେରାଇ ଆଣିଛନ୍ତି। ସେପଟେ ଗୁଜରାଟରେ ମଧ୍ୟ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆପ୍ କ୍ଷମତାକୁ ଆସିଲେ ପୁରୁଣା ପେନସନ୍ ଯୋଜନା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି। ପଞ୍ଜାବରେ ମଧ୍ୟ ଭଗୱନ୍ତ ମାନ ପୂର୍ବରୁ ମଧ୍ୟ ଏହାର ଫୈସଲା ନେଇ ସାରିଛନ୍ତି। କେବଳ ସେତିକି ନୁହେଁ କଂଗ୍ରେସ ମଧ୍ୟ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଏହାକୁ ବଡ଼ ପ୍ରସଙ୍ଗ ଭାବେ ନେଇଛି। ଏପରିକି ପୁରୁଣା ପେନସନ ଯୋଜନା ହିମାଚଳ ପ୍ରଦେଶରେ ନିର୍ବାଚନି ପ୍ରସଙ୍ଗ ହୋଇଥିବା ଦେଖାଯାଇଛି।
ଏବେ ହିମାଚଳରେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ମଧ୍ୟ ବିଜେପି ଉପରେ ଚାପ ପଡ଼଼ୁଛି। କିନ୍ତୁ ବିଜେପି ଏହା ବଦଳରେ ମହିଳା ସଂରକ୍ଷଣ କଥା ଉଠାଇଛି। ଏପରି ଭାବେ ହିମାଚଳ ପ୍ରଦେଶର ନିର୍ବାଚନକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଛି। ଏଥିରେ ବିଜେପି ଓ କଂଗ୍ରେସ ମଧ୍ୟରେ ୫୦/୫୦ ସୁଯୋଗ ଥିବା ଦେଖାଯାଇଛି। ଏପରି ଭାବେ ୫୦/୫୦ ସୁଯୋଗ ଆଣିବା ପଛରେ କଂଗ୍ରେସର ଭୂମିକା ଥିବା କୁହାଯାଇଛି। ଏପରିକି ନିଜେ ମୁଖ୍ୟମନନ୍ତ୍ରୀ ଜୟରାମ ଠାକୁର ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଲଢ଼େଇ ପୁରା କଡ଼ାକଡ଼ି ରହିଛି।
ସେପଟେ ଯଦି ହିମାଚଲ ପ୍ରଦେଶର ନିର୍ବାଚନି ଫଳାଫଳ କଂଗ୍ରେସ ସପକ୍ଷରେ ଯାଉଛି ବା ଅଳ୍ପ ବ୍ୟବଧାନରେ ପଛାଉଛି ତାହେଲେ ସ୍ପଷ୍ଟ ହେବ ଯେ, ପେନସନ ଯୋଜନା ନାମରେ ଭୋଟ୍ ମିଳିଛି। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ଯଦି ହିମାଚଳ ପ୍ରଦେଶରେ କଂଗ୍ରେସ ପକ୍ଷରେ ଫଳାଫଳ ଆସୁଛି ତାହେଲେ ଅନ୍ୟକିଛି ରାଜ୍ୟରେ ଓ ଲୋକସଭା ନିର୍ବାଚନ ୨୦୨୪ରେ ପୁରୁଣା ପେନସନ ଯୋଜନା ପ୍ରସଙ୍ଗ ଜୋର୍ ଧରି ପାରେ, ଯାହାଫଳରେ ବର୍ତ୍ତମାନ ସୁଦ୍ଧା ଏହା ଉପରେ ସିଧା ସଳଖ କିଛି ବି କହିବା ଅସମ୍ଭବ।