ବୃଦ୍ଧ ପିତା-ମାତା, ଶାଶୁ-ଶ୍ୱଶୂରଙ୍କୁ ହତାଦର କରିବାର ପରିଣାମ ଆହୁରି କଠୋର
12/05/2018 at 12:15 PM

ବୃଦ୍ଧ ପିତା-ମାତା, ଶାଶୁ-ଶ୍ୱଶୂରଙ୍କୁ ହତାଦର କରିବାର ପରିଣାମ ଆହୁରି କଠୋର ହେବ । ବରିଷ୍ଠ ଅଭିଭାବକଙ୍କୁ ଅସହାୟ କରି ଛାଡିଲେ , ପୁଅ-ଝିଅ ବା ଆତ୍ମୀୟଙ୍କୁ ୬ ମାସ ଜେଲ୍ ଭୋଗିବାକୁ ପଡିବ । ବର୍ତ୍ତମାନ ଏହି ମାମଲା ଗୁଡିକରେ ୩ ମାସ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି । ସେହି ଦଣ୍ଡ ଅବଧିକୁ ୬ ମାସକୁ ବୃଦ୍ଧି କରିବାକୁ ସରକାର ଚିନ୍ତା କରୁଛନ୍ତି । ସାମାଜିକ ନ୍ୟାୟ ଓ ସଶକ୍ତି କରଣ ବିଭାଗ ବାପ-ମାଆ ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭ର ସମୀକ୍ଷା କରୁଛନ୍ତି ।ଏହାସହ ମନ୍ତ୍ରଣାଳୟ ଏବେ ଶିଶୁ ମାନଙ୍କ ସଂଜ୍ଞାର ପରିସର ବ୍ୟାପକ କରି ସେଥିରେ ପୋଷ୍ୟ ସନ୍ତାନ, ସାବତ ସନ୍ତାନ,ବୋହୁ, ଜ୍ୱାଇଁ, ଅଣନାତି ନାତୁଣୀ ଓ ନାବାଳକ-ନାବାଳିକା ମାନଙ୍କୁ ସାମିଲ କରିବା ଚିନ୍ତା କରୁଛନ୍ତି । ପୂର୍ବରୁ କେବଳ ଔରସ ଜାତ ସନ୍ତାନ ବା ବାୟୋଲୋଜୀକାଲ ଚିଲଡ୍ରେନ୍ଙ୍କୁ ସନ୍ତାନ ବା ଆତ୍ମୀୟ ବୋଲି କୁହାଯାଉଥିଲା ବେଳେ ତାହାକୁ ପରିବର୍ତ୍ତନ କରାଯିବ ।ଏହା ସହ ଭରଣ ପୋଷଣ ବାବଦ ମାସିକ ଦେୟ ସୀମା ୧୦ ହଜାରରୁ ଆହୁରି ବୃଦ୍ଧି ଲାଗି ମଧ୍ୟ ଚିନ୍ତା କରାଯାଉଛି ।