୧୫ ବର୍ଷ ପୁରୁଣା ଗାଡ଼ିର ପଞ୍ଜିକରଣ ଜାରି ରହିବ , ନନ୍ ଟ୍ରାନ୍ସପୋର୍ଟ ଗାଡ଼ିର RC ରିନ୍ୟୁ କରିହେବ

Published By : Prameya-News7 Bureau | November 26, 2019 IST

ଭୁବନେଶ୍ୱର ୨୬।୧୧ – ରାଜ୍ୟରେ ୧୫ ବର୍ଷ ପୁରୁଣା ଗାଡ଼ି ପଞ୍ଜିକରଣ ଜାରି ରହିବ। ନନ୍ ଟ୍ରାନ୍ସପୋର୍ଟ ଗାଡ଼ିର ପୁନଃ ପଞ୍ଜିକରଣ ଚାଲୁ ରହିବ। ଏସବୁ ଗାଡ଼ିର ଆରସି ସ୍ଥାନୀୟ ଆରଟିଓ ଅଫିସରେ ରିନ୍ୟୁ କରିହେବ। ଟ୍ରାନ୍ସପୋର୍ଟ ଗାଡ଼ି ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ଥିବା ଯାଏଁ ପଞ୍ଜିକରଣ ବୈଧ ରହିବ । ୧୫ ବର୍ଷ ପୁରୁଣା ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଲିସି ଆସିନାହିଁ  ।

ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଟ୍ରାଫିକ ନିୟମ କୋହଳ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ । ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୂର୍ବରୁ ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରାଯାଇଥିଲା। ତେବେ ଏହି କୋହଳ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.