ଜୀବନ ସହ ସଂଗ୍ରାମ କରୁଛନ୍ତି ବୃଦ୍ଧ, ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ବି ଶୁଣୁନାହାଁନ୍ତି ଅଧିକାରୀ

Published By : Prameya-News7 Bureau | December 14, 2022 IST

ନୀଳଗିରି,୧୪/୧୨: ଗୋଡ଼ ଗୋଟେ ଖଣ୍ଡିଆ । ସେଥିରେ ପୋକ ସାଲୁବାଲୁ ହୋଇଛି । ଚାଲିବାକୁ ଶକ୍ତି ନାହିଁ। ସମସ୍ତେ ତାଙ୍କୁ ଅନାଇଛନ୍ତି । ଆଉ ପ୍ରଶାସନ ପାଖେ ଖୋଜ ଖବର ମଧ୍ୟ ନାହିଁ।ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଅସହାୟ ପ୍ରକାଶ କରିଥିଲେ । ଏଭଳି ଘଟଣା ନୀଳଗିରି ବ୍ଲକ ଅଧିନ ସଜନାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଜଣେ ବୃଦ୍ଧ ଚାଲିନପାରି ରାସ୍ତା କଡରେ ଦୁଇ ହାତ ଓ ଗୋଟିଏ ଗୋଡ଼ ତଳେ ଲଗାଇ ଘୋଷାରି ଘୋଷାରି ଯାଉଥିଲେ। ଚାଲିବାର ଶକ୍ତି ହରାଇବା ସହ ନିଜକୁ ଅସହାୟ ମଣିଥିଲେ । ବାମ ଗୋଡ଼ର ପାଦ କ୍ଷତ ପାଇଁ ଅଧା କଟି ଗଲାଣି । ସେଥିରେ ପୋକ ସାଲୁବାଲୁ ହୋଉଥିବା ଦେଖୁବାକୁ ମିଳିଛି । ଅଜଣା ବୃଦ୍ଧ ଜଣକଙ୍କର ପରିଚୟ ମିଳିପାରିନଥିବା ବେଳେ ମାନସିକ ଭାରସାମ୍ୟ ହରାଇଥିବା ବୋଲି ଅନୁମାନ କରାଯାଉଛି ।

ସମସ୍ତଙ୍କୁ ସାହାଯ୍ୟ ମାଗିବା ଭଳି ଅନାଉଥିବା ବେଳେ ଭୋକ ଉପବାସରେ ରହୁଥିବାରୁ କିଛି ଖାଦ୍ୟ ମାଗିବାକୁ ଚେଷ୍ଟା କରୁଛନ୍ତି ।ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସରକାରୀ ବାବୁ ମାନେ ସେହିରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ କେହି ପ୍ରଶାସନ ପାଖରେ ଦୃଷ୍ଟି ଆକର୍ଷଣ କରିବାକୁ ଉଚିତ ମଣି ନାହାନ୍ତି । ତେବେ ଜଣେ ଗଣମାଧ୍ୟମ ପ୍ରତିନିଧି ଘଟଣା ନେଇ ନୀଳଗିରି ରେ ନୂତନ କରି ଯୋଗଦେଇଥିବା ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେ ନିଜକୁ ଅସହାୟ ପ୍ରକାଶ କରିଥିଲେ ।

ବିଡ଼ିଓ କିମ୍ବା ଅନ୍ୟ ଅଧିକାରୀଙ୍କୁ ତଦନ୍ତ କରି ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ଖାଦ୍ୟ ଦେବା ପରିବର୍ତ୍ତେ ତାଙ୍କୁ ନିଜେ ନେଇଆସ ତାପରେ ମୁଁ ଚିକିତ୍ସା ଯୋଗାଇଦେବି ବୋଲି କହିଥିଲେ । ଏଭଳି କଥା ଶୁଣି ଗଣ ମାଧ୍ୟମ ପ୍ରତିନିଧି ଅବାକ ହୋଇ ଯାଇଥିଲେ । ପ୍ରଶ୍ନ ଉଠେ ରାଜ୍ୟ ସରକାର ଙ୍କ ଦ୍ଵାରା ଅସହାୟ ଓ ନିରାଶ୍ରୟ ମାନଙ୍କୁ ବିଭିନ୍ନ ଯୋଜନା ଯୋଗାଉଥିବା ବେଳେ ଏହା ପ୍ରହସନ ସଦୃଶ ପାଲଟିଛି।ପୋକ ସାଲୁବାଲୁ ଅବସ୍ଥାରେ ଭୋକ ଓପିବାସରେ ଜୀବନ ଯୁଦ୍ଧ ସହ ଲଢ଼ୁଥିବା ବୃଦ୍ଧଙ୍କ ପାଇଁ କିଏ ସାହା ହେବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.