ବୃଦ୍ଧଙ୍କ ମୁଣ୍ଡ କାଟି ନେଲେ ଦୁର୍ବୃତ୍ତ : ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗ

Published By : Prameya-News7 Bureau | November 13, 2019 IST

ଗଜପତି ୧୩/୧୧: ଗଜପତି ଜିଲ୍ଲା ମୋହନା ଥାନା ମେରାମା ସୌରାସାହି ଗାଁ ନିକଟରେ ଜଣେ ବୃଦ୍ଧଙ୍କୁ ହତ୍ୟା ପରେ ମୁଣ୍ଡ କାଟି ନେଇଛନ୍ତି ଦୁର୍ବୁତ୍ତ । ମୃତକ ହେଲେ ସେହି ଗାଁର ଦାସୁ ମଲ୍ଲିକ । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି ।

{"id":183195}

ସୂଚନା ଅନୁଯାୟୀ  ଗତକାଲି ସନ୍ଧ୍ୟାରେ ଦାସୁ ନିଜ ପୁଅମାନଙ୍କ ସହ ମକା ବାଡ଼ରେ କାମ କରୁଥିଲେ । କିଛି ଦୁବୃର୍ତ୍ତ ତାଙ୍କୁ ଖୋଜିବା ସହ ପୁଅକୁ ବି ପଚାରିଥିଲେ ।  ଏହା ପରେ ଦାସୁ ନିକଟସ୍ଥ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ । ତେବେ ପୁଅ ମାନେ ବାପାଙ୍କୁ ଖୋଜିବା ପରେ ବାପାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବାର ଦେଖିଥିଲେ ପୁଅ ।

{"id":183196}

ପୂର୍ବ ଶତ୍ରୁତାକୁ ନେଇ ବେଣିପଦରର କିଛି ଲୋକ ଏଭଳି  କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଦୁର୍ବୁତ୍ତ କୁ ଧରିବା ପାଇଁ ପୋଲିସ ତନାଘନା ସହ କଟା ମୁଣ୍ଡ ଖୋଜୁଛି ପୋଲିସ ।

{"id":183197}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.