ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ : ହତ୍ୟା ସନ୍ଦେହ
5/12/2020 at 10:55 AM

ନୟାଗଡ ୫।୧୨: ନୟାଗଡ ଜିଲ୍ଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତ ତେଲିପାଟଣା ଗାଁରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକ ହେଲେ ୮୪ ବର୍ଷର ବୃଦ୍ଧ ବ୍ରଜ କିଶୋର ସାହୁ ।
ସୂଚନାଯୋଗ୍ୟ ଯେ, ବ୍ରଜ ଶୁକ୍ରବାର ସନ୍ଧ୍ୟାରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ଆଉ ଫେରିନଥିଲେ । ଶନିବାର ସକାଳୁ ତାଙ୍କର ମୃତଦେହ ଘର ବାଡିପଟୁ ମିଳିଥିଲା । ମୁଣ୍ଡ ଏବଂ ମୁହଁରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ କିଏ ଓ କାହଁକି ବ୍ରଜଙ୍କୁ ହତ୍ୟା କରିଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023