ବରଯାତ୍ରୀ ହୋଇ ଯାଇଥିଲେ, ବାଟ ଭୁଲି ପୋଲ ତଳକୁ ଖସି ପଡ଼ିଲେ, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | June 25, 2022 IST

ଭଦ୍ରକ, ୨୫।୦୬: ବରଯାତ୍ରୀ ହୋଇଯାଇଥିଲେ, କିନ୍ତୁ ଫେରିବା ବେଳକୁ ବାଟ ଭୁଲିଗଲେ । ଚାଲି ଚାଲି ଫେରୁଥିବା ବେଳେ ଭୁଲ ବଶତଃ ପୋଲ ତଳକୁ ଖସିପଡିଲେ । ସକାଳୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ବେତରା ପଞ୍ଚାୟତରେ ।

ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ଅଧିନ କୁଡିଆମାଳ ଗାଁର ବାବାଜୀ ଜେନା ଏକ ବିବାହରେ ବରଯାତ୍ରୀ ହୋଇ ଯାଇଥିଲେ । କିନ୍ତୁ ଫେରିବା ବେଳେ ବାବାଜୀ ବାଟ ନପାଇ ଭୁଲ ରାସ୍ତାରେ ଫେରିଥିଲେ । ହେଲେ ଜାଣି ନପାରି ଏକ ପୋଲ ତଳକୁ ଖସିପଡିଥିଲେ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.