୧୯ ବର୍ଷୀୟା ଝିଅକୁ ହୃଦୟ ଦେଇବସିଲା ୭ ପିଲାର ବାପ, ବିବାହ କରି ହାଇକୋର୍ଟରେ ମାଗିଲେ ସୁରକ୍ଷା

Published By : Prameya-News7 Bureau | August 06, 2021 IST

ନୂଆଦିଲ୍ଲୀ ୬/୦୮: କୁହାଯାଏ ପ୍ରେମ ଅନ୍ଧ। ଜାତି-ଅଜାତି, ଧନୀ- ଗରିବ କିଛି ମାନେ ନାହିଁ ପ୍ରେମ। ପ୍ରେମରେ ପଡ଼ିବା ପରେ ପ୍ରେମୀଯୁଗଳ କେବଳ ପରଷ୍ପରକୁ ପାଇବାକୁ ଚାହାଁନ୍ତି । ପ୍ରେମ କେତେବେଳେ କାହାକୁ ହୋଇଯିବ କହି ହେବ ନାହିଁ। ଏହା ସତ୍ବେ ଏମିତି କିଛି ପ୍ରେମ କାହାଣୀ ନଜରକୁ ଆସେ ଯାହାକି ଚର୍ଚ୍ଚାର ପରିସରକୁ ଚାଲିଆସେ । ସେମିତି ଏକ ଲଭ ଷ୍ଟୋରୀ ହରିୟାଣାର ପଲବଲ ଜିଲ୍ଲା ଅନ୍ତର୍ଗତ ହଥିନରୁ ଆସିଛି ।

ପ୍ରେମ ବିବାହାକୁ ନେଇ ଏହି ମାମଲା ଏବେ ଚର୍ଚ୍ଚା ପ୍ରସଙ୍ଗ ପାଲଟିଛି । ୬୭ ବର୍ଷୀୟ ବୃଦ୍ଧ ଜଣେ ୧୯ ବର୍ଷର ଝିଅକୁ ବିବାହ କରିଛନ୍ତି । ବିବାହ କରିସାରିବା ପରେ ଏବେ ନିଜ ଜୀବନକୁ ନେଇ ସେମାନେ ଚିନ୍ତାରେ ଅଛନ୍ତି । ଏଥିପାଇଁ ସେମାନେ ନିଜର ସୁରକ୍ଷା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବୃଦ୍ଧ ଏବଂ ଯୁବତୀ ଉଭୟ ପୂର୍ବରୁ ବିବାହ କରିଥିଲେ । ବୃଦ୍ଧଙ୍କର ୭ଟି ପିଲା ଥିବା ବେଳେ ସେମାନେ ସମସ୍ତେ ବିବାହିତ ।

ହଥିନର ଡିଏସପିଙ୍କ କହିବା ଅନୁଯାୟୀ, ହୁଞ୍ଚପୁରୀ ବାସିନ୍ଦା ୬୭ ବର୍ଷୀୟ ବୃଦ୍ଧି ନୁଂହ ଜିଲ୍ଲାର ୧୯ ବର୍ଷୀୟ ଯୁବତୀଙ୍କୁ ବିବାହ କରିଛନ୍ତି । କିନ୍ତୁ ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ମାରିଦେବାକୁ ଧମକ ଦେଉଥିବା ନେଇ ସେମାନେ ହାଇକୋର୍ଟରେ ଆବେଦନ କରିଛନ୍ତି। ସେମାନଙ୍କ ମାମଲାରେ ଯାଞ୍ଚ କରି ତୁରନ୍ତ ସୁରକ୍ଷା ଯୋଗାଇଦେବାକୁ କୋର୍ଟ ନିର୍ଦେଶ ଦେଇଥିବା ଡିଏପି କହିଛନ୍ତି । ଏହା ସହ ଆହୁରି ଜଣାପଡ଼ିଛି, ଯୁବତୀଙ୍କ ପରିବାରରେ ଜମି ବିବାଦ ଥିଲା। ଏହାର ସମାଧାନ ପାଇଁ ବୃଦ୍ଧ ପ୍ରାୟ ତାଙ୍କ ଘରକୁ ଯା ଆସ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.