ବସ୍‌ଷ୍ଟାଣ୍ଡରୁ ମିଳିଲା ବୃଦ୍ଧଙ୍କ ମୃତଦେହ, ପୋଲିସ ଖୋଜୁଛି ପରିଚୟ...

Published By : Prameya-News7 Bureau | September 03, 2023 IST

ବଡ଼ବିଲ ୦୩।୦୯ : ବୃଦ୍ଧଙ୍କ ମୃତଦେହ ଠାବ । କେନ୍ଦୁଝର ବଡ଼ବିଲ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ବିଶ୍ରାମାଗାର ଭିତରୁ ବୃଦ୍ଧଙ୍କ ମୃତଦେହ ଠାବ ହୋଇଛି । ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/20-passnger-injured-in-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/20-passnger-injured-in-puri/
/wp:embed

ଖବର ଅନୁଯାୟୀ. ରବିବାର ଦିନ ସକାଳ ସମୟରେ ବୃଦ୍ଧ ଜଣଙ୍କ ବିଶ୍ରାମଗାରରେ ପଡିଥିବାର ଦେଖିଥିଲେ କିଛି ଲୋକେ । ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

{"id":839651,"sizeSlug":"full","linkDestination":"none"}

ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେ ଅନେକ ଦିନ ଧରି ବିଶ୍ରାମାଗାରରେ ରାତ୍ରିଯାପନ କରୁଥିଲେ ବୋଲି ସୂଚନା ରହିଛି । ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି  ପୋଲିସ କହିଛି ।

wp:embed {"url":"https://www.prameyanews7.com/sahid-got-angry-at-the-photographer-said-why-are-you-are-shouting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sahid-got-angry-at-the-photographer-said-why-are-you-are-shouting/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.