ରେଳ ଧାରଣାରେ କଟି ବୃଦ୍ଧଙ୍କ ମୃତ୍ୟୁ; ଆତ୍ମହତ୍ୟା ସନ୍ଦେହ
4/09/2022 at 10:28 PM

ବାରିପଦା ୦୪/୦୯: ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଟ୍ରେନରେ କଟି ଜଣେ ମୃତ। ପାରିପାର୍ଶ୍ବକ ପରିସ୍ଥିତିରୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅପରାହ୍ଣ ୫ ଟାରେ ବାଲେଶ୍ବର-ରୁପସା ଡିଇଏମୟୁ ଟ୍ରେନରେ କଟି ବ୍ୟକ୍ତିଙ୍କର ମୃତ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ବୟସ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ସହିତ ଜି.ଆର.ପି ମାମଲାର ତଦନ୍ତ କରୁଛି।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023