ସାଇକେଲ୍‌ରେ ଯିବାବେଳେ ଧକ୍କା ଦେଲା ମୋ ବସ୍‌; ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ

Published By : Prameya-News7 Bureau | January 25, 2023 IST

କଟକ ୨୫/୦୧: ମୋ ବସ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ।  କଟକ ବଡ ମେଡିକାଲ ପାଖରେ ଥିବା  କେନାଲ ରୋଡ଼ରେ ବୃଦ୍ଧଙ୍କୁ ମୋ ବସ୍ ଧକ୍କା ଦେଇଥିଲା। ଏହାପରେ ବସ କର୍ମଚାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।  ତେବେ  ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ  ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଘଚଣାସ୍ଥଳରେ ସ୍ଥାନୀୟ ଲୋକମାନେ ଗାଡ଼ିକୁ ଅଟକ ରଖିବା ସହ ହୋ ହଲ୍ଲା କରିଥିଲେ।  ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ମୃତ ବ୍ୟକ୍ତି ଜଣକ ଟାଙ୍ଗି ଅଞ୍ଚଳର ବାସିନ୍ଦା। ସେ ସାଇକେଲରେ ଆସୁଥିବା ବେଳେ ତାଙ୍କୁ ମୋ ବସ ଧକ୍କା ଦେଇଥିବା ଜଣାପଡ଼ିଛି। କଟକ ସହରର ସଂକୀର୍ଣ୍ଣ ରାସ୍ତାଘାଟ ଏବଂ ଟ୍ରାଫିକ ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ଦୁର୍ଘଟଣା ଘଟୁଥିବା ଲୋକମାନେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.