ବିଦ୍ୟୁତ୍ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | September 01, 2019 IST

ସୋର ୧୯: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ବଡପୋଖରୀ କନ୍ଦିପୁର ଗ୍ରାମରେ ଜଣେ ବୃଦ୍ଧ ବୈଦ୍ୟନାଥ ନାୟକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି । ରାତିରେ ତାଙ୍କର ଘର ପାଖରେ ଦୋକାନରେ ଶୋଇଥିବା ବେଳେ ବିଦ୍ୟୁତ୍ ତାର ଛିଡି ଯାଇ ତାଙ୍କ ଉପରେ ପଡି ଯିବାରୁ ବୈଦ୍ୟନାଥଙ୍କର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି । ଆଜି ସଖାଳେ ତାଙ୍କୁ ଘର ଲୋକ ଔପଦା ମେଡିକଲକୁ ଆଣିଥିଲେ କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଡକ୍ଟର କହିବା ପରେ ଔପଦା ପୋଲିସ ଏକ ତଦନ୍ତ ଜାରି ରଖିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇ ସୋର ମେଡିକାଲକୁ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.