ଗାଧୋଇବାକୁ ଯାଇଥିଲେ ପୋଖରୀ, ପାଣିରେ ବୁଡି ଚାଲିଗଲା ଜୀବନ
3/10/2023 at 11:43 AM

ଖଲ୍ଲିକୋଟ ୦୩।୧୦ : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଘଡ଼ଘଡ଼ାପଲ୍ଲୀ ଗାଁରେ ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଘଡଘଡ଼ାପଲ୍ଲୀ ଗାଁର ଏସ୍. କୁରମେୟା ପାତ୍ର ବୋଲି ଜଣାପଡିଛି ।
ଖବର ଅନୁଯାୟୀ,, ସୋମବାର ସଂଧ୍ୟାରେ ଗାଁର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ସମୟରେ ହଠାତ୍ ବୃଦ୍ଧଙ୍କ ଗୋଡି ଖସିଯାଇଥିଲା । ସେପଟେ ପରିବାର ଲୋକେ ବହୁ ଖୋଜଖୋଜି କରିଥିଲେ । କିନ୍ତୁ ତା ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲେ । ଶେଷରେ ମଙ୍ଗଳବାର ଦିନ ସକାଳୁ ତାଙ୍କ ମୃତ ଶରୀର ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାକୁ ନେଇ ଥାନାରେ ମୃତକଙ୍କ ପୁଅ ଏସ୍ ପୁରୁଷୋତ୍ତମ ପାତ୍ର ଏତଲା ଦେଇଥିଲେ ।
ସେପଟେ ଘଟଣା ସଂପର୍କରେ ଖବର ପାଇ ଚମାଖଣ୍ଡି ପୋଲିସ ଏବଂ ଛତ୍ରପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।